ଜଙ୍ଗଲରୁ ହାତୀ ଶାବକର ମୃତଦେହ ଠାବ

Advertisment
ଜଙ୍ଗଲରୁ ହାତୀ ଶାବକର ମୃତଦେହ ଠାବ

YouTube

କପ୍ତିପଦା/କଟୁରିଆ/ଶାଳଚୁଆ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନା‌ଞ୍ଚଳ ଅନ୍ତର୍ଗତ ନଟୋ ସଂରକ୍ଷିତ ଜଙ୍ଗଲରୁ ରବିବାର ଦିନ ଏକ ହାତୀଛୁଆର ମୃତଦେହ ଠାବ କରାଯାଇଛି। ସକାଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଜଙ୍ଗଲକୁ ଯାଇଥିବାବେଳେ କଟୁରିଆ-ଶାଣଦେଇଠାରେ ହାତୀଛୁଆର ମୃତଦେହ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମୟୂରଭଞ୍ଜ ଡିଏଫ୍‌ଓ ସନ୍ତୋଷ ଯୋଶୀ, ଏଆର୍‌ସିସିଏଫ୍ ଟି.ଅଶୋକ କୁମାର, ଏସିଏଫ୍ ଦିଲ୍ଲୀପ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ମୃତ୍ୟୁ କାରଣ ଅନୁଧ୍ୟାନ କରିଥିଲେ।

publive-image

ହାତୀଛୁଆଟିର ବୟସ ପ୍ରାୟ ୫ ମାସ ହେବ। ଗତ ୨୩ ତାରିଖରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି। ହାତୀ-ହାତୀ ମଧ୍ୟରେ ଲଢ଼େଇ ବେଳେ ଛୁଆଟି ଚାପି ହୋଇ ପ୍ରାଣ ହରାଇଥିବା​ ବନ ବିଭାଗ ଅନୁମାନ କରୁଛି। କପ୍ତିପଦା ପ୍ରାଣୀ ଚିକିତ୍ସାଧିକାରୀ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ସେଠାରେ ପୋତି ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ କପ୍ତିପଦା ରେଞ୍ଜ ଅଧିକାରୀ ଅଚ୍ୟୁତାନନ୍ଦ ଦାସ, ବନପାଳ ଅବିନାଶ ଗିରି, ଶରତ ବନପାଳ ଦୀପକ କୁମାର ପାତ୍ର, ନଟୋ ବନପାଳ ଶିରୀଶ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe