ବିଷ୍ଣୁପୁର ଗ୍ରାମ୍ୟ ଜଙ୍ଗଲରେ ହାତୀଛୁଆ

Advertisment
ବିଷ୍ଣୁପୁର ଗ୍ରାମ୍ୟ ଜଙ୍ଗଲରେ ହାତୀଛୁଆ

ବୌଦ୍ଧ : ଶନିବାର ସକାଳେ ବୌଦ୍ଧ ରେଞ୍ଜ ବିଷ୍ଣୁପୁର ଗ୍ରାମ୍ୟ ଜଙ୍ଗଲରେ ଏକ ହାତୀଛୁଆ ବୁଲୁଥିବା ଦେଖାଯାଇଥିଲା। ସୂଚନାନୁସାରେ ଆଜି ସକାଳେ ଗାଁର ମହିଳାମାନେ ଚାଷ ଜମି ନିକଟରେ ଦେଖି ପ୍ରଥମେ ପୋଢ଼ ବୋଲି ଭାବିଥିଲେ। ମହିଳାଙ୍କୁ ଗୋଡ଼ାଇବା ପରେ ହାତୀଛୁଆ ବୋଲି ଜଣାପଡ଼ିଥିଲା। ହାତୀ ଛୁଆର ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀ ଛୁଆଟି କେଉଁଠୁ ଆସିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲାର ହାତୀ ନାଁ ଅନୁଗୁଳ ଜିଲ୍ଲା ପଟରୁ ଚାଲି ଆସିଛି ତାହା ଜଣାପଡ଼ିନାହିଁ।

ବୟସ କମ୍‌ ଥିବାରୁ ମା' ସାଙ୍ଗରେ ଆସି ରହିଯାଇଥିବା ଆଶଙ୍କା କରାଯାଉଛି। ଗ୍ରାମବାସୀ ଖବର ଦେବା ପରେ ଦିନ ପ୍ରାୟ ଦେଢ଼ଟାରେ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀଛୁଆ ଉପରେ ନଜର ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe