ପଲରୁ ଅଲଗା ହେଲା ଛୁଆହାତୀ, ରାତିଦିନ ଅପେକ୍ଷା କରି ଜଙ୍ଗଲ ଫେରିଲା

Advertisment
ପଲରୁ ଅଲଗା ହେଲା ଛୁଆହାତୀ, ରାତିଦିନ ଅପେକ୍ଷା କରି ଜଙ୍ଗଲ ଫେରିଲା

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ହାତୀ ପଲ ବିଭିନ୍ନ ସ୍ଥାନରେ ଘର ଭଙ୍ଗାରୁଜା କରିବା ସହିତ ଫସଲ ନଷ୍ଟ କରିଦେଇଛନ୍ତି। ତେବେ, ହାତୀପଲରୁ ଅଲଗା ହୋଇ ଏକ ହାତୀ ଛୁଆ ଗୋଟିଏ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ହାତୀ ଛୁଆ ଦଳରୁ ଏକୁଟିଆ ହୋଇ ଜଙ୍ଗଲର ଏକ ପଥର ପାଖରେ ଥିବା ସ୍ଥାନୀୟ ଲୋକମାନେ ଦେଖି ଲାଞ୍ଜିଗଡ଼ ବନ ବିଭାଗକୁ ସୂଚନା ଦେଇଥିଲେ। ଶୁକ୍ରବାର ଦିନସାରା ହାତୀ ଛୁଆଟି ଉକ୍ତ ପଥର ପାଖରେ ରହିଥିଲା। ବନ ବିଭାଗ କର୍ମଚାରୀମାନେ ଏହାକୁ ଜଗି ରହିଥିଲେ। ଭୋର୍‌ ୪ଟାରେ ରାହୁଲ ଝିମିରି ଜଙ୍ଗଲକୁ ହାତୀ ଛୁଆଟି ଯାଇଥିବା ବନ ବିଭାଗରେ ପାଟ୍ରୋଲିଂ ଟିମ୍‌ କହିଛନ୍ତି।

ପରେ ହାତୀପଲ ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ବନ୍ଧପାରି ବିଟ୍‌ର ବୁରି ଜଙ୍ଗଲ ପଟେ ଯାଇଥିବା ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe