୫ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ଛୁଆହାତୀ

Advertisment
୫ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ଛୁଆହାତୀ

ଘୁ.ଉଦୟଗିରି/ରାଇକିଆ : ୫ ଘଣ୍ଟାର କସରତ ପରେ ଗୋଟିଏ ପରିତ୍ୟକ୍ତ ଖୋଲା କୂଅରେ ପଡ଼ିଯାଇଥିବା ଏକ ଛୁଆ ହାତୀକୁ ବନବିଭାଗ ଟିମ୍‌ ଉଦ୍ଧାର କରିଛି। ହିଟାଚି ମେସିନ ଆଣି ସତର୍କତାର ସହ ଗାତ ଖୋଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ହାତୀଛୁଆକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଛାଡ଼ି ଦିଆଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ସକାଳୁ ରାଇକିଆ ବ୍ଲକ୍‌ ଅଧୀନ କରଡ଼ା ରେଞ୍ଜ୍‌ ବଡ଼ବାରବା ସେକ୍ସନ୍‌ ଅଳାସପଲ୍ଲୀ ଗ୍ରାମ ନିକଟରେ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ଗଳି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ତୁରନ୍ତ ଖବର ଦେବାପରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ। ତେବେ, ହାତୀପଲ ଦଳ ହୋଇ ବୁଲୁଥିବା ଓ ଛୁଆ ହାତୀର ରଡ଼ି ଶୁଣି ଖୋଜିଖୋଜି ସେହି ପରିତ୍ୟକ୍ତ କୂଅ ପାଖକୁ ପୁଣି ଆସିପାରନ୍ତି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ସ୍ଥାନୀୟ ଅଞ୍ଚଳରେ ହାତୀପଲ ବିଚରଣ ଆଶଙ୍କାରେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ୍‌ କାଟ୍‌ ମଧ୍ୟ କରାଯାଇଥିଲା। ଏହାପରେ ହାତୀଛୁଆକୁ ଉଦ୍ଧାର କରିବାରେ ବନବିଭାଗ କର୍ମଚାରୀ ସଫଳ ହୋଇଥିଲେ। କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe