କ୍ଷୀରପଦା ଜଙ୍ଗଲରେ ହାତୀ ଶାବକ ଜନ୍ମ, ହାତୀପଲଙ୍କ ଗର୍ଜନରେ ଥରିଉଠୁଛି ଆଖପାଖ ଗାଁ

Advertisment

ଜଙ୍ଗଲକୁ ନ ଯିବା ଲାଗି ପରାମର୍ଶ ଦେଲା ବନ ବିଭାଗ

ଜଙ୍ଗଲକୁ ନ ଯିବା ଲାଗି ପରାମର୍ଶ ଦେଲା ବନ ବିଭାଗ

ଧାନ ଫସଲ ନଷ୍ଟ କଲେ ହାତୀପଲ

ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବେତନଟୀ କ୍ଷୀରପଦା ଜଙ୍ଗଲରେ ଏକ ହାତୀ ଶାବକ ଜନ୍ମ ନେଇଛି। ମା’ ଓ ଛୁଆକୁ ସୁରକ୍ଷା ଦେବାଲାଗି ୬୧ଟି ହାତୀ ଗତକାଲିଠାରୁ ଜଙ୍ଗଲକୁ ଜଗି ରହିଛନ୍ତି। ସେମାନଙ୍କ ଗର୍ଜନରେ ଥରି ଉଠୁଛି ଆଖପାଖ ଅଞ୍ଚଳ।

୧୦ ଦିନ ତଳେ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ଓଡ଼ିଶା ସୀମାରେ ପ୍ରବେଶ କରି ଚାରିଆଡ଼େ ଖେଳି ଯାଇଥିଲେ। ହାତୀପଲରେ ଏକ ଆସନ୍ନପ୍ରସବା ମାଈହାତୀ ଥିବାରୁ ୨ ଦିନ ହେଲା ହାତୀପଲଙ୍କ ସ୍ବଭାବରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। ଗତକାଲି ରାତିରେ କ୍ଷୀରପଦା ଜଙ୍ଗଲ ଭିତରେ ଏକ ପାଦଚଲା ରାସ୍ତାକଡ଼ରେ ନିଜ ଶାବକକୁ ଜନ୍ମ ଦେଇଥିଲା ମାଈହାତୀ। ଏହିସମୟରେ ହାତୀପଲ ରଡ଼ି ଛାଡ଼ିଥିଲେ। ସାଧାରଣତଃ ମାଈହାତୀ ପ୍ରସବ କରିବା ପରେ ଦଳର ଅନ୍ୟମାନେ ଛୁଆ ଓ ମା’କୁ ସୁରକ୍ଷା ଦେବାପାଇଁ ଉଗ୍ର ହୋଇଉଠନ୍ତି। ଏଥିସହ ଶାବକଟି ସମ୍ପୂର୍ଣ୍ଣ ନଚାଲିବା ଯାଏ ହାତୀପଲ ଉକ୍ତ ଜଙ୍ଗଲ ଛାଡ଼ି ଅନ୍ୟତ୍ର କୁଆଡ଼େ ଯାଆନ୍ତିନି। ଫଳରେ ଏହି ଜଙ୍ଗଲ ପାଖ ଗ୍ରାମର ଲୋକେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ, ବନ ବିଭାଗ ହାତୀପଲ ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଜଙ୍ଗଲ ପାଖକୁ ନଯିବା ପାଇଁ ଲୋକଙ୍କୁ ସତର୍କ କରାଯାଉଛି ବୋଲି ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe