The Rising Nepal
ସୋର : ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ସରଳିଆ ଚିତ୍ରାଶୁଳ ଗ୍ରାମର ବିଳମ୍ବିତ ରାତିରେ ହାତୀ ଦଳିଦେବାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗ୍ରାମର ନିଶିକାନ୍ତ ଦେଉରୀ ନିଜ ପରିବାର ସହିତ ଘରେ ଶୋଇଥିଲେ। ଏହି ସମୟରେ ୫ରୁ ୬ ଟି ହାତୀ ତାଙ୍କ ବାଡ଼ି ଭିତରକୁ ପଶି ନଡିଆ ଗଛ ଖାଉଥିଲେ। ହାତୀର ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ଘର ଭିତରକୁ ପଶିବା ସହିତ ନିଷିକାନ୍ତଙ୍କର ନଅ ବର୍ଷର ଶିଶୁ କନ୍ୟା ପରି ଦେଉରୀ ହଠାତ ଉଠି ଆସୁଥିବା ବେଳେ ତା ମୁଣ୍ଡ ଉପରେ ଚଢ଼ି ଯାଇଥିଲା।
ଗ୍ରାମବାସୀ ମାନେ ପହଂଚି ହାତୀକୁ ଘଉଡାଇବା ସହିତ ଶିଶୁ କନ୍ୟାକୁ ଉଦ୍ଧାର କରି ଅର୍ଜୁନ ସେବା ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତର ଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାଟି ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us