ଗରମ ଭାତ ଡେକ୍‌ଚିରେ ପଡ଼ି ଶିଶୁ କନ୍ୟା ମୃତ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଦେବଗଡ଼: ଗରମ ଭାତ ଡେକ୍‌ଚିରେ ପଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଦେବଗଡ଼ ପୌରାଞ୍ଚଳ ମ୍ୟୁନିସିପାଲଟି ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଶିଶୁ ମାନସ ରାଓଙ୍କ ଦୁଇ ବର୍ଷୀୟା ଝିଅ ରୁଦ୍ରାଣୀ ରାଓ।

ସୂଚନା ଅନୁଯୟେୀ, ଗୁରୁବାର ରାତିରେ ଶିଶୁର ଜେଜେମା’ ଗରମ ରନ୍ଧା ଭାତ ଚଟାଣରେ ରଖିଥିଲେ। ଅସାବଧାନତା ବଶତଃ ଶିଶୁଟି ଡେକ୍‌ଚି ମଧ୍ୟରେ ପଡ଼ି ଯାଇଥିଲା। ଫଳରେ ଶିଶୁର ଶରୀରର ନିମ୍ନ ଭାଗ ପୋଡ଼ି ଯାଇ ଫୋଟକା ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ସକାଳେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ବୁର୍ଲା ପୁଲିସ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe