ବେଳାମାର୍ଗରୁ ଶିଶୁକନ୍ୟା ଅପହରଣ

ବେଳାମାର୍ଗରୁ ଶିଶୁକନ୍ୟା ଅପହରଣ

Telegraph India

ପୁରୀ  : ବୁଧବାର ସନ୍ଧ୍ୟାରେ ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଏକ କାର୍‌ରେ ଅପହରଣ କରାଯାଇଥିବା ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ଜଣେ ମହିଳା ଏହି ଶିଶୁକନ୍ୟାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ କରୁଛି।

ଅପହୃତା ଶିଶୁକନ୍ୟାର ପିତା ସଞ୍ଜୟ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ସେ ହୋଟେଲ ସି-ଭିୟୁ ‌ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଏକ କଳା ରଙ୍ଗର କାର୍‌ ଆସି ତାଙ୍କ ଦୋକାନ ସମ୍ମୁଖରେ ରହିଥିଲା। କାର୍‌ ଚାଳକ କାର୍‌ରେ ବସିଥିବା ମାଡାମ୍‌ଙ୍କ ପାଇଁ ଏକ ପଇଡ଼ ଦେବାକୁ କହିଥିଲା। ସଞ୍ଜୟ ପଇଡ଼ କାଟି ନିଜ ୯ ବର୍ଷର ବଡ଼ ଝିଅ ହାତରେ ଦେଇଥିଲେ। କାର୍‌ରେ ଥିବା ମହିଳାଜଣକ ଏହି ପଇଡ଼ ପିଇ ଏହାକୁ କାଟି ନାଳି ଦେବା ପାଇଁ କହିଥିଲେ। ଏହି ସମୟରେ ସଞ୍ଜୟଙ୍କ ତିନିବର୍ଷର ଝିଅ ମଧ୍ୟ କାର୍‌ ପାଖକୁ ଯାଇଥିଲା। ବଡ଼ ଭଉଣୀ ପଇଡ଼କୁ କାଟିବା ପାଇଁ ବାପାଙ୍କ ପାଖକୁ ଯିବା ସମୟରେ ୩ ବର୍ଷର ଶିଶୁ କନ୍ୟାକୁ ନେଇ ମହିଳାଜଣକ କାର୍‌ରେ ଚମ୍ପଟ ମାରିଥିଲା। ଏନେଇ ବଳିଆପଣ୍ଡା ଥାନାରେ ଅଭିଯୋଗ ହେବାରୁ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ଯାଞ୍ଚ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe