ସମୁଦ୍ରକୂଳରେ କଟାମୁଣ୍ଡ, ଶିଶୁ ବଳି ସନ୍ଦେହ

Advertisment
ସମୁଦ୍ରକୂଳରେ କଟାମୁଣ୍ଡ, ଶିଶୁ ବଳି ସନ୍ଦେହ

ପୁରୀ : ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଏକ ଶିଶୁର କଟାମୁଣ୍ଡ ମିଳିଛି। କେତେକ ଏହାକୁ ଶିଶୁ ବଳି ବୋଲି କହୁଛନ୍ତି। ହେଲେ ପୁଲିସ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି।

ସୂଚନା ଅନୁସାରେ, ଶ୍ରୀବିହାର ନିକଟସ୍ଥ ଏକ ହଷ୍ଟେଲ ପଛପଟ ବାଲି ଉପରେ ଏହି କଟାମୁଣ୍ଡ ପଡ଼ିଥିଲା। ବେକଠାରୁ ଅଲଗା ହୋଇଯାଇଛି। ଏହା ଏକ ନିଷ୍ପାପ ଶିଶୁର ମୁଣ୍ଡ ଭଳି ଜଣାପଡ଼ୁଛି। ଆଖି ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ପାଟି ବି ସାମାନ୍ୟ ଖୋଲା ରହିଛି। ବାଲିରେ ପଡ଼ି ପଡ଼ି ପୋକ ମାଛି ବସିଛନ୍ତି। ମୁଣ୍ଡ ସହ ଲାଗିଥିବା ବେକରେ ରକ୍ତ ଶୁଖି ଯାଇଛି। ଏହାର କିଛି ଦୂରରେ ପଡ଼ିଛି ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ। ଦେଖିଲେ ଜଣାପଡ଼ୁଛି ଏହା କେଉଁ ନୃଶଂସର କାର୍ଯ୍ୟ। ନିରୀହ ଶିଶୁଟିକୁ ମାରି ଦିଆଯାଇଥିବା କେହି କେହି କହୁଛନ୍ତି। ଅନ୍ୟ କେତେକ ଲୋକ ଏହାକୁ ବଳି ବୋଲି ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe