ଅନୁଗୁଳରେ ଶିଶୁ ବିକ୍ରି! ହୋଟେଲ୍‌ରୁ ୨୧ ଦିନର ଶିଶୁକନ୍ୟା ଉଦ୍ଧାର

Advertisment

ଅନୁଗୁଳରେ ଏକ ନବଜାତ ଶିଶୁକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଜଣେ ହୋଟେଲ୍‌ ମାଲିକଙ୍କ ସମ୍ପର୍କୀୟ ଛୁଆଟିକୁ ନେଇଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷ‌ା ଅଧିକାରୀ (ଡିସିପିଓ) ଗୌରୀଶଙ୍କର ବେହେରା ଚଢ଼ଉ କରି ଆଜି ଉକ୍ତ ଶିଶୁକୁ ଉଦ୍ଧାର କରିଛନ୍ତି।

ଅନୁଗୁଳରେ ଏକ ନବଜାତ ଶିଶୁକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଜଣେ ହୋଟେଲ୍‌ ମାଲିକଙ୍କ ସମ୍ପର୍କୀୟ ଛୁଆଟିକୁ ନେଇଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷ‌ା ଅଧିକାରୀ (ଡିସିପିଓ) ଗୌରୀଶଙ୍କର ବେହେରା ଚଢ଼ଉ କରି ଆଜି ଉକ୍ତ ଶିଶୁକୁ ଉଦ୍ଧାର କରିଛନ୍ତି।

gdjgjddjgjd

ଅନୁଗୁଳ: ଅନୁଗୁଳରେ ଏକ ନବଜାତ ଶିଶୁକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଜଣେ ହୋଟେଲ୍‌ ମାଲିକଙ୍କ ସମ୍ପର୍କୀୟ ଛୁଆଟିକୁ ନେଇଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷ‌ା ଅଧିକାରୀ (ଡିସିପିଓ) ଗୌରୀଶଙ୍କର ବେହେରା ଚଢ଼ଉ କରି ଆଜି ଉକ୍ତ ଶିଶୁକୁ ଉଦ୍ଧାର କରିଛନ୍ତି। ଶିଶୁଟିକୁ ଉଦ୍ଧାର ପରେ ଅନୁଗୁଳ ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି। ଘଟଣାରୁ ପ୍ରକାଶ ଯେ ଗତ ୯ ତାରିଖ ଅପରାହ୍‌ଣରେ ସଦର ଥାନା ବନ୍ତଳା ଅଞ୍ଚଳର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଡାକ୍ତରଖାନା ନେବା ପୂର୍ବରୁ ନିଜ ଘରେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ଅବସ୍ଥା ଗୁରୁତର ହେବାରୁ ପୁରୁଣାଗଡ଼ ଡାକ୍ତରଖାନା ଏବଂ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସହର ଉପକଣ୍ଠରେ ଏକ ହୋଟେଲ୍‌ରେ ରୋଷେୟା ଭାବେ କାମ କରୁଥିବା ବାପା ନବଜାତ ଶିଶୁକନ୍ୟାର ଲାଳନପାଳନ ନେଇ ଚିନ୍ତାରେ ପଡ଼ି ଯାଇଥିଲେ।

ହୋଟେଲ୍‌ରୁ ୨୧ ଦିନର ଶିଶୁକନ୍ୟା ଉଦ୍ଧାର
ଛଦ୍ମବେଶରେ ଅନୁଗୁଳ ଡିସିପିଓ ଧରିଲେ

ଏ ନେଇ ସେ ଉକ୍ତ ହୋଟେଲ୍‌ର ମାଲିକଙ୍କୁ ଜଣାଇଥିଲେ। ହୋଟେଲ୍‌ ମାଲିକଙ୍କ ସମ୍ପର୍କୀୟା ଭଉଣୀ ବିବାହର ଦୀର୍ଘବର୍ଷ ପରେ ବି ନିଃସନ୍ତାନ ଥିବାରୁ ପିଲାଟିକୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। କେହି କିଛି ଜାଣିବା ପୂର୍ବରୁ ତାଳଚେର ଅଞ୍ଚଳର ସମ୍ପୃକ୍ତ ଦମ୍ପତି ନବଜାତ ଶିଶୁକୁ ନେଇ ଯାଇଥିଲେ। ଏଥିପାଇଁ ସେ ଶିଶୁର ବାପାଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିବା କୁହାଯାଉଛି। ଅନୁଗୁଳ ଡିସିପିଓ ଶ୍ରୀ ବେହେରା, ଏ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବନ୍ତଳା ବିପିଏଚ୍‌ଓ ଓ ବିପିଏମ୍‌ଙ୍କୁ ପଚାରି ବୁଝିଥିଲେ। ଏଥିସହ ପୁରୁଣାଗଡ଼ ଡାକ୍ତରଖାନା, ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପଚରାଉଚରା କରାଯାଇଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ସତ୍ୟାସତ୍ୟ ମିଳିଥିଲା। ଅନ୍ୟପଟେ ନବଜାତ ଶିଶୁକୁ ନେଇଥିବା ମହିଳା ସମ୍ପର୍କୀୟ ସେଇ ହୋଟେଲ୍‌କୁ ଆଜି ଦ୍ବିପ୍ରହରରେ ଆସିଥିଲେ। ଏ ସଂପର୍କରେ ଆଗୁଆ ଖବର ପାଇ ଡିସିପିଓ ଶ୍ରୀ ବେହେରା ଓ ସଦର ଥାନା ଆଇଆଇସି ଉକ୍ତ ହୋଟେଲ୍‌‌ରେ ପହଞ୍ଚିଥିଲେ। ଦୁହେଁ ଛଦ୍ମବେଶରେ ଥାଇ ସେଠାରେ ଖାଇବା ଅର୍ଡର କରିଥିଲେ। କିଛି ସମୟ ପରେ ଉକ୍ତ ମହିଳା ଓ ନବଜାତ ଶିଶୁ ଏକ ଅଟୋରେ ଆସି ସେଠାରେ ପହଞ୍ଚିବା ପରେ ସଦଳବଳେ ଚଢ଼ଉ କରି ଶିଶୁକୁ ଉଦ୍ଧାର କରିଥିଲେ। 

ଏ ସମ୍ପର୍କରେ ମହିଳାଙ୍କୁ ପଚରାଉଚରା କରିବା‌ ବେଳେ ସେ ନିଃସନ୍ତାନ ହୋଇଥିବାରୁ ଏବଂ ନବଜାତ ଶିଶୁର ମା’ଙ୍କ ଦେହାନ୍ତ ହୋଇଥିବାରୁ ଲାଳନପାଳନ ପାଇଁ ନେଇଥିବା ସ୍ବୀକାର କରିଛନ୍ତି। ଡିସିପିଓ ଶ୍ରୀ ବେହେରା କହିଛନ୍ତି, ଶିଶୁ ବିକ୍ରି ନେଇ ଅଜଣା ନମ୍ବରରୁ ଫୋନ୍‌ ଆସିବା ପରେ ଘଟଣାର ଛାନ୍‌ଭିନ୍ କରିଥିଲି। ଆଜି ଉକ୍ତ ମହିଳା ସେହି ହୋଟେଲ୍‌କୁ ଆସୁଥିବା ଖବର ପାଇଥିଲୁ। ସେହି ଅନୁସାରେ ଓପିଏସ୍‌ ଦିବ୍ୟରଂଜନ ଦଳେଇଙ୍କ ସହ ସେଠାରେ ଚଢ଼ଉ କରିଥିଲୁ। ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe