ସୋନପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନବଜାତ ଶିଶୁକନ୍ୟା ଚୋରି ଅଭିଯୋଗ

Advertisment
ସୋନପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନବଜାତ ଶିଶୁକନ୍ୟା ଚୋରି ଅଭିଯୋଗ

ବୀରମହରାଜପୁର: ସୋନପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଚଞ୍ଚକତା କରି ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୀରମହରାଜପୁର ବ୍ଲକ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ଗତକାଲି ପୂର୍ବାହ୍ନ ୯ଟାରେ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

publive-image

ଆଜି ସକାଳୁ ଗଜେନ୍ଦ୍ରଙ୍କ ଶାଶୁ ପାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ର ପରିସରରେ ଥିବା ପୋଲିଓ ଟିକା କେନ୍ଦ୍ରକୁ ଟିକା ଦେଇ ଆସିଥିବା ସମୟରେ ଅନ୍ୟ ଜଣେ ମହିଳା ଆସି ସେହି ଶିଶୁ କନ୍ୟାକୁ ତାଙ୍କଠାରୁ ନେଇ ଅନ୍ୟ ଏକ ବ୍ୟକ୍ତିଙ୍କ ବାଇକରେ ଚାଲି ଯାଇଥିଲେ। ଏନେଇ ଟାଉନ ଥାନାରେ ଗଜେନ୍ଦ୍ର ତାଣ୍ଡିଆ ଅଭିଯୋଗ କରିଥିବା ଜଣା ପଡ଼ିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ପ୍ରତିକ୍ରିୟା ମିଳିପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ନେଇ ଚମ୍ପଟ ମାରିଥିବା ଲୋକକୁ ଚିହ୍ନଟ କରାଯାଉଛି। ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାଯାଇଛି। ସୋନପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe