କାଶୀନଗରର ଏଫସିଆଇ ଗୋଦାମ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

Advertisment
କାଶୀନଗରର ଏଫସିଆଇ ଗୋଦାମ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

image source-odisha bytes

ପାରଳାଖେମୁଣ୍ଡି: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା। ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ୬ମାଇଲ ସ୍ଥିତ ଏଫସିଆଇ ଗୋଦାମ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରିଛନ୍ତି ଗ୍ରାମବାସୀ। ପରେ ଗ୍ରାମବାସୀ ପୁଲିସର ସହାୟତାରେ ଶିଶୁ କନ୍ୟାଟିକୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ।

ତେବେ ଶିଶୁ କନ୍ୟାଟିକୁ କିଏ ଓ କାହିଁକି ନିର୍ଜନ ସ୍ଥାନରେ ଫୋପାଡ଼ି ଦେଇଛି, ପୁଲିସ ତାହାର ତଦନ୍ତ ଚଳାଇଥିବାଜଣାଯାଇଛି। ଅନ୍ୟ ପଟେ ଶିଶୁ କନ୍ୟାଟିର ଚିକିତ୍ସା ଦାୟିତ୍ବ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ହାତକୁ ନେଇଛି। ଉକ୍ତ ଖବର ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe