୩ ମାସ ଶିଶୁର ଯକୃତ ପ୍ରତିରୋପଣ ଖର୍ଚ୍ଚ ୩୦ ଲକ୍ଷ; ଚିନ୍ତାରେ ଶ୍ରମିକ ପରିବାର

Advertisment
ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ ପୁଣି ନୂଆ ଆଶା: ପ୍ରତିରୋପଣ ଅପେକ୍ଷାରେ ୨୦୫ ରୋଗୀ

Yashoda Hospitals

ଭୁବନେଶ୍ବର : ଏମ୍ସରେ ହୋଇ ପାରୁନି ଯକୃତ ପ୍ରତିରୋପଣ। ଏଭଳି ସ୍ଥିତିରେ ୩ ମାସର ଶିଶୁ ପୁତ୍ରର ରାଜ୍ୟ ବାହାରେ ଯକୃତ ପ୍ରତିରୋପଣ ପାଇଁ ୩୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଖର୍ଚ ନେଇ ଆକଳନ କରାଯାଉଛି। ଏତେ ଟଙ୍କା କେଉଁଠି ଆଣିବେ ଏହାକୁ ନେଇ ଚିନ୍ତାରେ ରାଜମିସ୍ତ୍ରି ବାପା।

ବରଗଡ଼ ଜିଲ୍ଲାର ଭେଡେନ ବ୍ଲକର ରାଜମିସ୍ତ୍ରି ସନ୍ତୋଷ ସେଠଙ୍କର ଗତ ଡିସେମ୍ବର ୨୬ ତାରିଖରେ ଭିମସାର୍‌ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଅଚାନକ ୨୫ ଦିନ ପରେ ଶିଶୁର ପେଟ ଫୁଲିବାକୁ ଲାଗିଲା। ତାକୁ ପ୍ରଥମେ ଲରମ୍ଭା ଏବଂ ପରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଶିଶୁର ଯକୃତ ସମସ୍ୟା ଥିବା ଜଣାପଡ଼ିବା ପରେ ବରଗଡ଼ ସ୍ଥିତ ବିକାଶ ମଲ୍ଟି ସ୍ପେସାଲିଟିରେ ଚିକିତ୍ସା କରାଯାଇଥିଲା। ଏହାପରେ ବୁର୍ଲା ଏବଂ ପରେ କଟକ ଶିଶୁଭବନ ନିଆଯାଇ ଥିଲା। ସେଠାରେ ମଧ୍ୟ ଶିଶୁର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନ ଘଟିବାରୁ ଫେବ୍ରୁଆରି ୧୦ ତାରିଖରୁ ଶିଶୁଟି ଏମ୍ସର ଶିଶୁ ଓ୍ବାର୍ଡରେ ଚିକିତ୍ସାଧୀନ ଅଛି। ଯେତେ ଶୀଘ୍ର ଟଙ୍କା ବ୍ୟବସ୍ଥା କରିପାରିବେ ସେତେ ଶୀଘ୍ର ବାହାର ଡାକ୍ତରଖାନାକୁ ଯିବେ।

ଅପରପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ପ୍ରାୟ ଅସମ୍ଭବ ଥିବାରୁ ସନ୍ତୋଷ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ଓଡ଼ିଶାର ଜନସାଧାରଣଙ୍କ ସହାୟତା ଭିକ୍ଷା କରିଛନ୍ତି। ଏହି ଶିଶୁକୁ ସହାୟତା କରିବା ପାଇଁ ଚାହୁଁଥିଲେ ମୋବାଇଲ ନମ୍ବର ୭୭୩୫୯୪୭୪୨୨ରେ ଯୋଗାଯୋଗ କରିବାକୁ ସନ୍ତୋଷ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe