ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ୩ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିର ଭିତର ଜଣେ ଭକ୍ତ ବାନ୍ତି କରିଦେବାରୁ ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ସିଂହାସନ ଧୁଆ ଓ ମହାସ୍ନାନ ନୀତି ‌ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଛି। ଯେଉଁଥିପାଇଁ ଭକ୍ତମାନେ ପ୍ରାୟ ୩ ଘଣ୍ଟା ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ଣ ପ୍ରାୟ ୩ଟା ୫୦ରେ ଦ୍ବିତୀୟ ଭୋଗମଣ୍ଡପ ଉଠିବା ସମୟରେ କେହି ଭିତର କାଠରେ ବାନ୍ତି କରି ଦେଇଥିବା ଜଣାପଡ଼ିଥିଲା। ମାରା ହେବାରୁ ପରବର୍ତ୍ତୀ ନୀତିକାନ୍ତି ବନ୍ଦ କରି ମହାପ୍ରଭୁ ବଡ଼ ମହାସ୍ନାନ କରାଯାଇଥିଲା।ସାଢ଼େ ୬ଟାରୁ ୬ଟା ୩୫ ଭିତରେ ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ୭ଟାରେ ଦ୍ବିତୀୟ ଭୋଗମଣ୍ଡପ ପୂଜା ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe