ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି। ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେଇଥିଲେ। ତେଣୁ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଥିଲା। ପରେ ମଧ୍ୟାହ୍ନ ୧ଟା ୧୦ରେ ଧୁଆଧୋଇ ହୋଇ ଚୂନ ପାଣି ପଡ଼ିବା ପରେ ସିଂହାସନ ଧୁଆ ଓ ମହାସ୍ନାନ ପୂଜା ହୋଇଥିଲା। ଦିନ ଦୁଇଟାରେ ମହାସ୍ନାନ ଶେଷ ହୋଇଥିଲା। ତେଣୁ ମଧ୍ୟାହ୍ନରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ଥିଲେ। ମହାସ୍ନାନ ପରେ ଭକ୍ତମାନଙ୍କୁ ଦର୍ଶନ ଅନୁମତି ମିଳିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us