ସଚିବଙ୍କୁ ପାଠ ପଢ଼ାଇବା ମହଙ୍ଗା ପଡ଼ିଲା, ବଡ଼ଚଣା ଏମ୍ଆଇ ନିଲମ୍ବିତ

Advertisment
ସଚିବଙ୍କୁ ପାଠ ପଢ଼ାଇବା ମହଙ୍ଗା ପଡ଼ିଲା, ବଡ଼ଚଣା ଏମ୍ଆଇ ନିଲମ୍ବିତ

ଯାଜପୁର/ଚଣ୍ଡିଖୋଲ : ବହୁ ଚର୍ଚ୍ଚିତ କରିତକର୍ମା ବଡଚଣା ଏମଆଇ ବିଶ୍ବଜିତ ମିଶ୍ରଙ୍କୁ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ନିଲମ୍ବନ କରିଛନ୍ତି। ଗତ ୨୪ତାରିଖରେ ଏମଆଇ ଓ ସିଏସଓମାନଙ୍କର ଭିଡିଓ କନଫରେନସରେ ସଚିବ ଶ୍ରୀ ଯାଦବ ଆଧାର କାର୍ଡ କୁ ‌ରାସନ କାର୍ଡ ସହିତ ଲିଙ୍କ୍ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏପରିକି ବଡଚଣାରେ ଏହି କାର୍ଯ୍ୟ କାହିଁକି ହୋଇପାରୁ ନାହିଁ ବୋଲି ଏମଆଇ ବିଶ୍ବଜିତ ମିଶ୍ରଙ୍କୁ ପଚାରିଥିଲେ। ଶ୍ରୀ ମିଶ୍ର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏପରିକି ସଚିବଙ୍କୁ ଓଲଟା ପାଠ ପଢ଼ାଇଥିଲେ। ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗତ ୨୬ତାରିଖରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ସଚିବ ତଥା କମିସନ ଶ୍ରୀ ଯାଦବ ନିଲମ୍ବିତ କରିଛନ୍ତି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ(ସିଏସଓ) ସୁରେନ୍ଦ୍ର ହୋତାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଶ୍ରୀ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। କଣ ପାଇଁ ନିଲମ୍ବନ କରାଯାଇଛି ସେ ଜାଣି ନଥିବା ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ବଡ଼ଚଣାରେ ଶହ ଶହ ଭୂତ କାର୍ଡ଼ରେ କୋଟି କୋଟି ଟଙ୍କା ରାସନ ସାମଗ୍ରୀ ହଡ଼ପ, ଚୋରା ଚାଉଳ ରାଇସ ମିଲକୁ ଚାଲାଣ, ଯୋଗାଣ ବିଭାଗରେ ବ୍ୟାପକ ଦୁର୍ନୀତି କାରବାରକୁ କେନ୍ଦ୍ର କରି ଚର୍ଚ୍ଚା ହୋଇଆସୁଥିଲା। ଏ ସମ୍ପର୍କରେ ପୂର୍ବରୁ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏପରିକି ସାବିତ୍ରୀ ରାଇସ୍‌ ମିଲ୍‌ କେଳେଙ୍କାରୀ ଘଟଣାରେ ଶ୍ରୀ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ବହୁ ପୂର୍ବରୁ ଅନ୍ୟ ଜିଲ୍ଲାରେ କାର୍ଯ୍ୟରତ ଥିବା ଶ୍ରୀ ମିଶ୍ରଙ୍କୁ ଯୋଗାଣ ବିଭାଗର କେଳେଙ୍କାରୀ ପାଇଁ ତାଙ୍କ ନାମରେ ଭିଜିଲାନସ୍ କେସ ଚାଲିଛି। ‌ପୁରୁଣା ଅଧିକାରୀ ଶ୍ରୀ ମିଶ୍ର ଆଇନ୍ ଗଳାବାଟେ ବଡ଼ଚଣା ଯୋଗାଣ ବିଭାଗ ଦୁର୍ନୀତି କାରବାର ‌େର ତଦନ୍ତକାରୀ ଅଧିକାରୀଙ୍କ ସହିତ ଲୁଚକାଳି ଖେଳୁଥିଲେ। ବଡ଼ଚଣାରେ ବ୍ୟାପକ ଦୁର୍ନୀତି ସତ୍ତ୍ବେ ଶ୍ରୀ ମିଶ୍ରଙ୍କୁ ଆଇନ୍ ଜାଲରେ ବାନ୍ଧି ପାରୁ ନଥିବା ‌େବଳେ ଏବେ ସଚିବଙ୍କ ଜାଲରେ ସେ ପଡିଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe