ରଥଖଳା ଚଳଚଞ୍ଚଳ: ମୁକ୍ତ ହେଲା ବଡ଼ଦାଣ୍ଡ, ଝଲସିଲା ଗୁଣ୍ଡିଚା ମନ୍ଦିର

Advertisment
ରଥଖଳା ଚଳଚଞ୍ଚଳ: ମୁକ୍ତ ହେଲା ବଡ଼ଦାଣ୍ଡ, ଝଲସିଲା ଗୁଣ୍ଡିଚା ମନ୍ଦିର

ପୁରୀ: ଦୋକାନ ବଜାରର ଗହଳ ଭିତରେ ହଜିଯାଉଥିବା ବଡ଼ଦାଣ୍ଡର ପ୍ରକୃତ ସ୍ବରୂପକୁ ପ୍ର‌ତ୍ୟକ୍ଷ କରିବାର ସୁଯୋଗ ମିଳିଛି। ରଥଯାତ୍ରା ପାଇଁ ବଡ଼ଦାଣ୍ଡରୁ ଉଠାଦୋକାନ ଖାଲି କରାଯିବା ପରେ ବଡ଼ଦାଣ୍ଡର ପ୍ରଶସ୍ତ ରାସ୍ତା ପୁରୀବାସୀଙ୍କୁ ଚମତ୍କୃତ କରିଛି। ଏଣେ ଗୁଣ୍ଡିଚା ମନ୍ଦିର ନିକଟରେ ମଧ୍ୟ ଓଡ଼ିଆ ଘରର ପାରମ୍ପରିକ ଝୋଟି ପ୍ରସ୍ତୁତ କରାଯାଉଛି।

ଗୁଣ୍ଡିଚା ମନ୍ଦିରର ମୁଖ୍ୟ ମନ୍ଦିର ଓ ନାକଚଣା ମନ୍ଦିର ସମେତ ପାଚେରିକୁ ଧଉଳାଯାଇ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ବଡ଼ଦାଣ୍ଡ ଖାଲି ହେବା ପରେ ଷ୍ଟଲ୍‌ କାମ ଆରମ୍ଭ ହୋଇଛି। ପାଗ ଶୁଖିଲା ଥିବାରୁ ଏଥର ରଥଯାତ୍ରାର ଅପୂର୍ବ ପରିବେଶକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଥିବା ବ‌େଳେ ସୁରକ୍ଷାଠୁ ନେଇ ସେବା କାର୍ଯ୍ୟ ପର୍ଯ୍ୟନ୍ତ ଯେପରି କେଉଁଥିରେ ଉଣା ନହୁଏ ସେନେଇ ବାରମ୍ବାର ଅଭ୍ୟାସ ଚାଲିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଡ଼ଦାଣ୍ଡ ଭାବେ ପରିଗଣିତ ଶ୍ରୀକ୍ଷେତ୍ରର ମୁଖ୍ୟ ରାସ୍ତା ଦୋକାନ ବଜାରର ଗହଳି ଭିତରେ ଏହାର ସ୍ବରୂପ ଲୁଚିଯାଏ। କେବଳ ରଥଯାତ୍ରା ସମୟରେ ହିଁ ବଡ଼ଦାଣ୍ଡର ମହତ୍ତ୍ବକୁ ଉପଲବ୍ଧି କରିବାର ସୁଯୋଗ ମିଳେ। ତେଣୁ ସ୍ଥାନୀୟ ବାସିନ୍ଦାମାନେ ବଡ଼ଦାଣ୍ଡ ଖାଲି ହେବା ପରେ ଏହାକୁ ନିଜ ମୋବାଇଲ୍‌ କ୍ୟାମେରାରେ କଏଦ କରି ନେଉଛନ୍ତି। ଅନେକ ବିସ୍ତୃତ ବଡ଼ଦାଣ୍ଡ ସହ ସେଲ୍‌ଫି ନେଉଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଖୋଲିଲା ଦକ୍ଷିଣଦ୍ବାର ନିର୍ମାଣସ୍ଥଳ

publive-image

ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଏକ ଚିତ୍ର ଭକ୍ତଙ୍କ ଆଗରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ। ଏହି ଲକ୍ଷ୍ୟରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାର କାମକୁ ତ୍ବରିତ ବେଗରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ଆଜି ଦକ୍ଷିଣଦ୍ବାରରେ ଲାଗିଥିବା ଟିଣର ବାଡ଼କୁ ହଟାଇ ଦିଆଯାଇଛି। ଦକ୍ଷିଣଦ୍ବାରରୁ ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ ଥିବା ଟିଣର ବାଡ଼କୁ ହଟାଇ ଦିଆଯାଇଛି। ଫୁଲ ଗଛର ଗାଲିଚା ସହ ରାସ୍ତା କଡ଼ରେ ସୌନ୍ଦର୍ଯ୍ୟୀକରଣ ଗଛ ସବୁ ଲଗାଯାଇଛି। ସେପଟେ ନବ‌ଯୌବନ ଓ ରଥଯାତ୍ରାକୁ ଦୃଷ୍ଟି‌ରେ ରଖି ଦକ୍ଷିଣଦ୍ବାରରେ ବ୍ୟାପକ ସାଜସଜା କରାଯାଇଛି। ଦକ୍ଷିଣଦ୍ବାରରୁ ଗାଣ୍ଡୁଆ ଚୌରା ଛକ ପର୍ଯ୍ୟନ୍ତ ରାସ୍ତାକୁ ନାଲି ଓ ଧଳା ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe