ଶ୍ରୀଜିଉଙ୍କ ବଡ଼ମହାସ୍ନାନ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି। ସକାଳ ଧୂପ ପରେ ଜଣେ ଭକ୍ତ ଭିତରକାଠ ନିକଟରେ ବାନ୍ତି କରିଦେଇଥିଲେ। ତେଣୁ ସକାଳ ଧୂପ ପ୍ରସାଦ ବାହାରି ପାଣି ପଡ଼ି ‌ଭୋଗ ମଣ୍ଡପ ଓ ମଇଲମ ପରେ ପ୍ରଭୁଙ୍କର ଦିନ ୧ଟା ବେଳେ ବଡ଼ ମହାସ୍ନାନ ହୋଇଥିଲା। ପରେ ଧୁଆ ଧୋଇ ହୋଇ ଚୂନ ପାଣି ପଡ଼ିଥିଲା।

ମହାସ୍ନାନ ପୂଜା ହେବାପରେ ୧ଟା ୩୫ରେ ମହାସ୍ନାନ ଶେଷ ହୋଇଥିଲା। ତେଣୁ, ମଧ୍ୟାହ୍ନରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ମହାସ୍ନାନ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe