ବଡ଼ମ୍ବା: ପରିତ୍ୟକ୍ତ କୂଅରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Advertisment
ବଡ଼ମ୍ବା: ପରିତ୍ୟକ୍ତ କୂଅରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

କଟକ: ଶୁକ୍ରବାର ପୂର୍ବାହ୍ନରେ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ହରିହରପୁର ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କର ଗଳିତ ଶବ ଉଦ୍ଧାର କରାଯାଇଛି।

ସେ ଫେବ୍ରୁଆରି ୬ ତାରିଖରୁ ସେ ନିଖୋଜ ହୋଇଯାଇଥିବା ବଡ଼ମ୍ବା ବ୍ଲକ୍‌ର ରତାପାଟ ଗ୍ରାମର ୩୩ ବର୍ଷିୟ ସମୀର ପାତ୍ରଙ୍କ ଶବ ବୋଲି ଜଣାପଡ଼ିଛି। ସେ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ଅଛି। ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଡକାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଗତକାଲି ମଧ୍ୟ ହରିପୁର ଗ୍ରାମ ନିକଟସ୍ଥ ଲୁସିପଡ଼ାର ଏକ ବାଦାମ କିଆରିରୁ କାନପୁର ଥାନା ଅନ୍ତର୍ଗତ ଦୁର୍ଗା ପ୍ରସାଦ ବେହେରାଙ୍କ ଶବ ଉଦ୍ଧାର କରାଯାଇଥିଲା। ସେ ତିନି ଦିନ ହେବ ନିଖୋଜ ଥିଲେ।

ଦୁଇ ଦିନରେ ଦୁଇ ହତ୍ୟାକାଣ୍ଡ ଘଟିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କମୟ ପରିସ୍ଥିତି ଦେଖା ଦେଇଛି। ଆଜି ପରିତ୍ୟକ୍ତ କୂଅ ମଧ୍ୟରେ ଶବ ପଡ଼ିଥିବା କଥା ସ୍ଥାନୀୟ ଲୋକେ ଜାଣିବା ପରେ ସେଠାରେ ପ୍ରବଳ ଜନଗହଳି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe