କଟକ : ବଡମ୍ବାରେ ଏସ୍ଟିଏଫ୍ ପକ୍ଷରୁ ହାତୀ କଙ୍କାଳ ଜବତ ଘଟଣାରେ ପୁଣି ଆଜି ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ଆଠଗଡ଼ ବନଖଣ୍ଡର ବଡମ୍ବା ରେଞ୍ଜର ଗୋପପୁର ସେକ୍ସନ ଭାଲୁବାରିଣୀ ଗ୍ରାମର ରାଜସ୍ବ ଜମିରୁ ଏସ୍ଟିଏଫ୍ ପକ୍ଷରୁ ଜୁନ ୨ତାରିଖରେ ମାଟି ତଳୁ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହା ଏକ ଦନ୍ତାହାତୀ ଥିବାବେଳେ ଏହି ଘଟଣାରେ ତଦନ୍ତରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଜଣାପଡ଼ିଛି। ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମହତାବନ୍ଧ ଗ୍ରାମର ନିର୍ମଳ ପ୍ରଧାନ(୪୨), ମହେଶ୍ବର ପ୍ରଧାନ(୪୫), ଭୀମ ଓରଫ୍ ଫକିର ବେହେରା(୩୫)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us