ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ

Advertisment
ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ବିଧାୟକ ଶ୍ରୀ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର ହୋଇଥିବା ଟେଷ୍ଟିଂର ଆନୁଷ୍ଠାନିକ କମ୍ୟୁନିକେସନରୁ କୋଭିଡ ପଜିଟିଭ ହୋଇଥିବା ଜଣାଯାଇଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି। ଡ୍ରାଇଭରଙ୍କୁ କରୋନା ପଜଟିଭ୍‌ ଚିହ୍ନଟ ହେବାପରେ କାଲିଠାରୁ ମୁଁ ଆଇସୋଲେସନରେ ଅଛି। ମୋର ଏବେ କୌଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା, ଅମ୍ଲଜାନ ସ୍ତର ଠିକ ଅଛି। କିନ୍ତୁ ମୁଁ ପୁରୁଣା ଡାଇବେଟିସ୍‌ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛି ବୋଲି ସେ କହିଛନ୍ତି।

ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ମୋଟାମୋଟି ମୋର ସ୍ୱାସ୍ଥ୍ୟ ଠିକ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ କନଫେରେନ୍‌ସ ଜରିଆରେ କରୁଛି ଏବଂ କରିବି। କିନ୍ତୁ ମୋତେ ବର୍ତ୍ତମାନ କିଛିଦିନ ପାଇଁ ଛୋଟକଥାରେ ଯୋଗାଯୋଗ ନ କରିବାକୁ ଅନୁରୋଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe