ବଡମ୍ବା ଶଙ୍ଖାମେରୀରେ ଆଡ଼ିବନ୍ଧ ଭାଙ୍ଗିଲା

Advertisment

ନରସିଂହପୁରର ୮ ଗାଁ ପାଣିଘେରରେ, ବିଧାୟକଙ୍କ ସ୍ଥିତି ସମୀକ୍ଷା

ନରସିଂହପୁରର ୮ ଗାଁ ପାଣିଘେରରେ, ବିଧାୟକଙ୍କ ସ୍ଥିତି ସମୀକ୍ଷା

ବଡମ୍ବା ଶଙ୍ଖାମେରୀରେ ଆଡ଼ିବନ୍ଧ ଭାଙ୍ଗିଲା

ବଡ଼ମ୍ବା: ସୋମବାର ବଡ଼ମ୍ବା ନରସିଂହପୁରର ବିଭିନ୍ନ ବନ୍ୟାଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି। ନରସିଂହପୁରରେ ୮ ଗାଁ ଏବେବି ପାଣି ଘେରରେ ରହିଛି। ମା ଭଟ୍ଟାରିକା ପୀଠ ଓ ଜଳବନ୍ଦି ଥିବା ଗାଁଗୁଡିକ ପାଇଁ ୧୭ ଡ଼ଙ୍ଗା ମୁତୟନ କରାଯାଇଛି। ବିଧାୟକ ଦେବୀ ମିଶ୍ର ଅପରାହ୍ନରେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ସ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ସାହୁ, ତହସିଲଦାର ତପନ ପରିଡା ନଦୀ କୁଳିଆ ପଞ୍ଚାୟତଗୁଡିକରେ ଚାଷଜମି ବନ୍ଧବାଡ଼ ସ୍ଥିତି ଦେଖିଛନ୍ତି। ଗୋବର୍ଦ୍ଧନପୁରରେ ଜଳବନ୍ଦି ଥିବା କିଛି ଗ୍ରାମବାସୀଙ୍କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

publive-image

ମା ଭଟ୍ଟାରିକାଙ୍କ ପୀଠ ଶଶାଙ୍କଠାରୁ ଜଳମଗ୍ନ ହୋଇ ବିଚ୍ଛିନ୍ନ ହୋଇଛି। ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଗ୍ରାମବାସୀ ଜଳ ମଗ୍ନ ହୋଇଥିବା ଚାଷ ଜମି ବିଧାୟକଙ୍କୁ ଦେଖାଇଥିଲେ। ବାଙ୍ଗରୀସିଂହା, ଗୋପୀନାଥପୁର, ତେଲେଣିଆ, ଶଙ୍ଖାମେରୀ- କନ୍ତପଡ଼ାରେ ମହାନଦୀ ଆଡ଼ିବାନ୍ଧ ଦୁର୍ବଳ ଓ ଘଳିଆ ହୋଇଥିବା ସ୍ଥାନଗୁଡିକ ବିଧାୟକ ଦେଖିଥିଲେ। ଶଙ୍ଖାମେରୀରେ ସ୍ଥାନୀୟ ପଞ୍ଚାୟତ ସେଚ ବିଭାଗ ଉଦଯୋଗରେ ଉଛୁଳୁ ଥିବା ମହାନଦୀ ପାଣିକୁ ବାଲିବସ୍ଥା ରୋକିନପାରି ଆଡ଼ିବନ୍ଧ ଭାଙ୍ଗି ଗାଁ ଭିତରେ ପାଣି ପଶିଯାଇଛି।

ନରସିଂହପୁରରେ ବନ୍ୟା ସ୍ଥିତି ନେଇ ବିଧାୟକ ଶ୍ରୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ କିଶୋର ମିଶ୍ର, ଅଧ୍ୟକ୍ଷ ପ୍ରତିନିଧି ନିର୍ମଳ ଜେନା, ଉପାଧ୍ୟକ୍ଷ ନାରଣ ନାୟକ, ବିଡ଼ିଓ ପ୍ରଦୀପ ସାହୁ, ତହସିଲଦାର ଆଲୋକ ଦେହୁରୀଙ୍କ ଉପସ୍ଥିତିରେ ମେଡିକାଲ ଅଫିସର ତଥା କୃଷି, ପାନୀୟ ଜଳ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଶୁ ସମ୍ଭଳ, ବିଦ୍ୟୁତ ତଥା ବ୍ଲକ ତହସିଲ ଅଧ୍ୟକ୍ଷଙ୍କ ସହ ସମୀକ୍ଷା କରିଛନ୍ତି l ଏଥିରେ ପ୍ରାୟ ୧୫୦୦ରୁ ଅଧିକ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି। ୧୩୫ରୁ ଅଧିକ ଘର ଭାଙ୍ଗିଛି। ପ୍ରାୟ ୪ ହଜାର ହେକ୍ଟରରୁ ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି। ୮ ଜଳବନ୍ଦି ଗାଁରେ ବିଦ୍ୟୁତ ସରବରାହା ବନ୍ଦକୁ ୨ ଦିନ ଭିତରେ ସଜାଡି ପାନୀୟ ଜଳ ଯୋଗାଣକୁ ସ୍ବାଭାବିକ କରିବା, ମେଡ଼ିକାଲ ଟିମ ଚିକିତ୍ସା ସେବା ଯୋଗାଇବା ଓ ସମସ୍ତ ପଞ୍ଚାୟତରେ ଶୋଧନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe