୨ଟି ଫାଣ୍ଡି, ଦମକଳ କେନ୍ଦ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବିଧାୟକ

Advertisment

କଳମା, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ବେଆଇନ ଭାବେ ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବା ଦେଖିବାକୁ ମିଳେ। ଏହି ଅଞ୍ଚଳରେ ନିଶାକାର ବୃଦ୍ଧି ପାଉଛି।

କଳମା, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ବେଆଇନ ଭାବେ ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବା ଦେଖିବାକୁ ମିଳେ। ଏହି ଅଞ୍ଚଳରେ ନିଶାକାର ବୃଦ୍ଧି ପାଉଛି।

Mohan Majhi and Sanatan Bijuli

Mohan Majhi and Sanatan Bijuli Photograph: (sambad.in)

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ବଜାର ଠାରେ ଏକ ଦମକଳ କେନ୍ଦ୍ର ସହିତ କଳମା ଓ ଅଁଳାଠାରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସୋମବାର ସାକ୍ଷାତ କରି ବିଧାୟକ ସନାତନ ବିଜୁଳି ବ୍ୟକ୍ତିଗତ ଭାବେ ଅନୁରୋଧ କରିବା ସହିତ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।

ଏହି ବ୍ଲକର ୨୪ ଟି ପଞ୍ଚାୟତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ଵ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସହାୟତା ନିମନ୍ତେ ବେତନଟୀ ଠାରେ ଏକ ଦମକଳ କେନ୍ଦ୍ର ରହିଛି। ହେଲେ ଆପଦକାଳୀନ ସ୍ଥିତିରେ ବେତନଟୀ ଠାରୁ ତିରିଶ କିମି ଦୁରରେ ଥିବା ଅଁଳା, ହରିପୁର, ସଇତପୁର, ପୁରୁଣିଆ ଭଳି ଅନେକ ଗୁଡ଼ିଏ ଗ୍ରାମରେ ପହଞ୍ଚିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇସାରିଥାଏ। ତେଣୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏହାକୁ ନେଇ ଦୀର୍ଘ ୨୫ ବର୍ଷ ହେବ ବିଭିନ୍ନ ସମୟରେ ଦାବି ହୋଇଆସିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ବର ଠାରେ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ବ୍ୟକ୍ତିଗତ ଭାବେ ଅନୁରୋଧ କରିବା ସହିତ ବୈସିଙ୍ଗା ଥାନା ଅର୍ନ୍ତଗତ କଳମା ଓ ଅଁଳାଠାରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ। 

ସୂଚନାଯୋଗ୍ୟ ଯେ କଳମା, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ବେଆଇନ ଭାବେ ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବା ଦେଖିବାକୁ ମିଳେ। ଏହି ଅଞ୍ଚଳରେ ନିଷିଦ୍ଧ ଘୋଷିତ ନିଶାଦ୍ରବ୍ୟ କାରବାର ମଧ୍ୟ ବହୁଳ ମାତ୍ରାରେ ଚାଲିଥାଏ। ଅପରାଧୀମାନେ ପୁଲିସ ଆଖିରେ ଧୂଳି ଦେଇ ପଡୋଶୀ ଜିଲ୍ଲାକୁ ଖସିଯିବା ସହଜ ହୋଇଥାଏ। ଏଭଳି ସ୍ଥିତିରେ ଦୁଇଟି ଫାଣ୍ଡି ପ୍ରତିଷ୍ଠା ସହିତ ବୈସିଙ୍ଗା ଠାରେ ଦମକଳ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Mayurbhanj | Sanatan Bijuli

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe