ବୈଶିଙ୍ଗା: ବଡ଼ସାହି ବିଧାୟକ ସନାତନ ବିଜୁଳି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ଏକାଧିକ ବିଧାୟକ ନିଜ କାର୍ଯ୍ୟକାଳ ପୂରଣ କରି ଚାଲି ଯାଇଥିବାବେଳେ  ପ୍ରଥମ ଥର ପାଇଁ ବିଧାୟକ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତା ହଟିବ।

Advertisment

ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାସ୍ତରରେ ମନ୍ତ୍ରୀଙ୍କ ମିଳିତ ଜନଶୁଣାଣି ଅଭିଯାନ ଭଳି ଏହି କାର୍ଯ୍ୟ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ଜୁନ୍ ୨୫ତାରିଖ ବୁଧବାର ଦିନ ପୂର୍ବାହ୍ନ ୧୦ ଟାରେ ବ୍ଲକ ପରିସରରେ ଆରମ୍ଭ ହେବ। ବ୍ଲକ ପରିସରରେ ଜନତା ଦରବାର ଅନୁଷ୍ଠିତ ହେବ। ଦୀର୍ଘବର୍ଷ ପରେ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକମାନେ ଏବେ ନିଜ ସମସ୍ୟା ବିଧାୟକଙ୍କୁ ସିଧାସଳଖ ଜଣାଇ ପାରିବେ।

ବିଧାୟକ ଅଭିଯୋଗ ଶୁଣି ସବୁ ସମସ୍ୟାର ସମାଧାନ ସେହି ଘଟଣା ସ୍ଥଳରେ ହିଁ କରିବା ପାଇଁ ଚେଷ୍ଟା କରିବେ ବୋଲି ଆଶ୍ବାସନା ଦେଇଛନ୍ତି।  

ଅଧିକ ପଢ଼ନ୍ତୁ: ବେଆଇନ କଫ ସିରପ ଜବତ: ଜଣେ ଅଟକ

ତେବେ ସେ ବିଗତ ୫ବର୍ଷ ଧରି ବିଧାୟକ ଥିଲେ ବି ରାଜ୍ୟରେ ବିଜେଡି ସରକାର ଥିବାରୁ ଏହି ଜନ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରିପାରି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଆଗକୁ ସମୟ ଅନ୍ତରାଳେ ଏହି କାର୍ଯ୍ୟକ୍ରମ ଜାରି ରହିବ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହି ଦିନ ହିଁ ସମ୍ପୃକ୍ତ ସ୍ଥାନରେ ହେବ। ଏଥିରେ  ଜିଲ୍ଳା ଓ ବ୍ଲକ ସ୍ତରୀୟ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ପଂଚାୟତରାଜ ଓ ଗ୍ରାମ୍ୟ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳ ସଂପଦ, ଟାଟା ପାୱାର, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଭୃତି ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ।

ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣୀ କାର୍ଯକ୍ରମ ପରିଚାଳନା କରିବେ। ଏସମ୍ପର୍କରେ ନିର୍ବାଚନ ମଣ୍ଡଳର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ୨୧ବର୍ଷୀୟ ପ୍ରେମିକ ସହ ୪୫ବର୍ଷୀୟ ପତ୍ନୀଙ୍କ ବିବାହ କରାଇଲେ

Mayurbhanj | Sanatan Bijuli