Advertisment

ଧବଳେଶ୍ୱରଙ୍କ ବଡ଼ସିଙ୍ଗାର‌ ବେଶ, ବିଳମ୍ବିତ ରାତିରେ ପ୍ରସିଦ୍ଧ ‌ଗଜ ଭୋଗ

Advertisment
ଧବଳେଶ୍ୱରଙ୍କ ବଡ଼ସିଙ୍ଗାର‌ ବେଶ, ବିଳମ୍ବିତ ରାତିରେ ପ୍ରସିଦ୍ଧ ‌ଗଜ ଭୋଗ

ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ବୁଧବାର ବଡ଼ଓଷା ପର୍ବ ପାଳନ ହୋଇଛି। କୋଭିଡ କଟକଣା ଅନୁଯାୟୀ ବିନା ଭକ୍ତରେ ନୀତିକାନ୍ତି ହେବା ସହିତ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ଭୁବନ ବିଖ୍ୟାତ ବଡ଼ ସିଙ୍ଗାର ବେଶ ଅନୁଷ୍ଠିତ ହୋଇଛି। ପାରମ୍ପରିକ ବଡ଼ଓଷା ନୀତି ଭୋର ୪ଟାରୁ ଆରମ୍ଭ ହୋଇଛି। ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚାନ୍ଦିର ପଦ୍ମ, ଚନ୍ଦ୍ର, ତ୍ରିଶୂଳ, ଡ଼ମ୍ବରୁ, ନାଗ, ମୁକୁଟ ଓ ସୁବର୍ଣ୍ଣ ଚମ୍ପା ଆଦି ଆଭୂଷଣରେ ଶ୍ରୀ ଧବଳେଶ୍ବରଙ୍କ ଦୁର୍ଲ୍ଲଭ ବଡ଼ ସିଙ୍ଗାର ବେଶ କରାଯାଇଛି।

ପୂର୍ବାହ୍ନରେ ପାଳୁଅ ଭୋଗ, ରାତ୍ର ପ୍ରଥମ ପ୍ରହରରେ ଦହି ପଖାଳ ଲାଗି କରାଯାଇଥିବା ବେଳେ ରାତି ୩ଟାରେ ‌ଗଜ‌ ଭୋଗ ଉଠିବା ବ୍ୟବସ୍ଥା କରାଯାଇଛି। ବଡ଼ଓଷା ଗଜ ଭୋଗ ପାଇଁ ପୀଠର ରୋଷ ଗୃହରେ ସେବକମାନେ ଶୁଦ୍ଧପୂତ ଭାବରେ ଢିଙ୍କିକୁଟା ଅରୁଆ ଚାଉଳ ଚୁନାକୁ ଯନ୍ତି ସେଥିରେ ମୁଗ, ନଡ଼ିଆ, ଗୁଡ଼ ମିଶ୍ରିତ କଳାପୁର ଦେଇ ଗଜଭୋଗ ଓ ତରଣ ପ୍ରସ୍ତୁତ କରିଛନ୍ତି। ତ୍ରୟୋଦଶୀ-ଚତୁର୍ଦଶୀର ସନ୍ଧିକ୍ଷଣ ସମୟ ପ୍ରତ୍ୟୁଷ ସାଢେ ୩ଟାରୁ ୪ଟା ମଧ୍ୟରେ ଧବଳେଶ୍ବର ମହାଦେବଙ୍କ ନିକଟରେ ବଡଓଷାର ପ୍ରିୟ ଭୋଗ ଗଜଭୋଗ ଓ ତରଣ ଲାଗି କରାଯାଏ ବୋଲି ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ସୂଚନା ଦେଇଛନ୍ତି। ଗୁରୁବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବାବା ଧବଳେଶ୍ବରଙ୍କ ହରିହର ବେଶ ଅନୁଷ୍ଠିତ ହେବ। ଆଠଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ମୁଖ୍ୟ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ ପୀଠରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ଓ କଟକଣା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ସୂଚନାଯୋଗ୍ୟ ଯେ କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ଏଭଳି ବିନା ଭକ୍ତରେ ଧବଳେଶ୍ବରଙ୍କ ପୀଠରେ ଏଭଳି ବଡ଼ଓଷା ନୀତି ପାଳିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe