ବଡ଼ଚଣା ବ୍ଲକ ଧାନମଣ୍ଡଳ ସରପଞ୍ଚ ପ୍ରାର୍ଥୀଙ୍କ ପରଲୋକ

Advertisment
ବଡ଼ଚଣା ବ୍ଲକ ଧାନମଣ୍ଡଳ ସରପଞ୍ଚ ପ୍ରାର୍ଥୀଙ୍କ ପରଲୋକ

ଚଣ୍ଡିଖୋଲ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ବ୍ଲକ ଧାନମଣ୍ଡଳ ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ଲଢ଼ୁଥିବା ଧାନମଣ୍ଡଳ ମଠସାହିର ସରୋଜ କୁମାର ସ୍ୱାଇଁ ଓରଫ ଶରତ (୫୮)ଙ୍କର ଆଜି ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ଆଜି ରାତି ୯ ଟାରେ ସେ ଘରେ ଥିବାବେଳେ ହୃଦ୍‌ଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ଚଣା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ସ୍ବର୍ଗତ ସ୍ୱାଇଁ ଆଜି ନିଜ ପଞ୍ଚାୟତ ଅଞ୍ଚଳରେ ଭୋଟ ପ୍ରଚାର କରିଥିଲେ। ସନ୍ଧ୍ୟାରେ ଧାନମଣ୍ଡଳ ବଜାରରେ ତାଙ୍କର ଦୈନଦିନର କାର୍ଯ୍ୟ ସାରି ଘରକୁ ଫେରିଥିଲେ। ରାତି ୯ ଟାରେ ସବୁଦିନ ପାଇଁ ଆଖିବୁଜିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe