ବଦ୍ରି କହୁଛନ୍ତି ଇଲିଆସ୍‌ ମୋ ପାଖରେ, ପୁଲିସ ପାଉନି

Advertisment

ପଣ୍ଡୁଆ ଆକ୍ରମଣ ସହ ସମ୍ପୃକ୍ତି ଘଟଣା

ପଣ୍ଡୁଆ ଆକ୍ରମଣ ସହ ସମ୍ପୃକ୍ତି ଘଟଣା

ବଦ୍ରି କହୁଛନ୍ତି ଇଲିଆସ୍‌ ମୋ ପାଖରେ, ପୁଲିସ ପାଉନି

ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ବସନ୍ତ ଚକ୍ରଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପିଏସ୍‌ଓ ଇଲିଆସ୍‌ ଖାନ୍‌ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଏନେଇ ବସନ୍ତଙ୍କ ପତ୍ନୀ ସଂଯୁକ୍ତା ଚକ୍ରଙ୍କ ଅଭିଯୋଗକ୍ରମେ ପୁଲିସ କେସ୍‌ ନମ୍ବର ୨୪୨/୨୪ରେ ଏକ ମାମଲା ରୁଜୁ କରିଛି। ଏଥିରେ ୮ ନମ୍ବର ଅଭିଯୁକ୍ତ ଭାବେ ଇଲିଆସଙ୍କ ନାମ ରହିଛି। ଇଲିଆସ୍‌ ଫେରାର ଅଛି ବୋଲି ପୁଲିସ କହୁଥିବା ବେଳେ ବିଧାୟକ ବଦ୍ରିନାରାୟଣ ପାତ୍ର କିନ୍ତୁ ଓଲଟା ବୟାନ ଦେଇଛନ୍ତି। ଇଲିଆସ୍‌ ଫେରାର ହୋଇନାହାନ୍ତି। ସେ ୨୪ ଘଣ୍ଟା ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା କହିଛନ୍ତି। ବିଧାୟକଙ୍କ ଏହି ବୟାନ ପରେ ପୁଲିସ ଇଲିଆସକୁ ଗିରଫ କରିବା ପରିବର୍ତ୍ତେ ଶାସକ ଦଳ ଚାପରେ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି।

ପଣ୍ଡୁଆ ଗ୍ରାମର ବସନ୍ତ ଚକ୍ର ଗତ ୨୨ ତାରିଖ ଅପରାହ୍ନରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଜଣାଇବା ସହ ପଞ୍ଚାୟତ ଦାୟିତ୍ବ ନେଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ‌ହୋଇ ବିଧାୟକ ଶ୍ରୀ ପାତ୍ରଙ୍କ ୧୫ରୁ ଉକ୍ତ ସମର୍ଥକ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ପୁଲିସ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ତିନିଜଣ ସମର୍ଥକ ସେହି ଗ୍ରାମର ଦୀପକ ଜେନା, ସରଫୁଦିନ୍‌ ଖାଁ ଓ କାଳିଆ ଜେନାକୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ଆକ୍ରମଣ ଘଟଣାରେ ଶ୍ରୀ ପାତ୍ରଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଇଲିଆସ୍ ଖାନ୍ ସାମିଲ ଥିବା ଅଭିଯୋଗ ହୋଇଥିଲା। ବସନ୍ତଙ୍କ ପତ୍ନୀ ସଂଯୁକ୍ତା ଚକ୍ରଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରିଥିଲା।

ହେଲେ, ଏଯାଏ ପୁଲିସ ଇଲିଆସ୍‌କୁ ଗିରଫ କରିନି। ଏପରିକି ତା‌ଙ୍କୁ ଥାନାକୁ ଡକାଯାଇ ପଚରାଉଚରା ମଧ୍ୟ କରାଯାଇନି। ଏ ସମ୍ପର୍କରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ବିଜୟ ସିଂହଙ୍କୁ ପଚାରିବାରୁ, ଇଲିଆସ ‌ଏବେ କେଉଁଠି ସେ ଜାଣିନାହାନ୍ତି। ବୁଝିକି କହିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ବଦ୍ରିନାରାୟଣ ପାତ୍ର ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଇଲିଆସ୍‌ ୨୪ ଘଣ୍ଟା ‌ତାଙ୍କ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ସେ କେଉଁଆଡ଼େ ଯାଇନାହାନ୍ତି। ସେ ଫେରାର ଅଛି ବୋଲି କହିବା ଠିକ୍‌ ନୁହେଁ ବୋଲି ଶ୍ରୀ ପାତ୍ର କହିଛନ୍ତି। ଶ୍ରୀ ପାତ୍ରଙ୍କ ଏଭଳି ବୟାନ ପରେ ଜାଣିଶୁଣି ପୁଲିସ ଇଲିଆସ୍‌କୁ ତଦନ୍ତ ପରିସରଭୁକ୍ତ କରୁନଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଯଦି ଇଲିଆସ୍‌ ଏହି ମାମଲାରେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe