ବସ୍‌ରୁ ବ୍ୟବସାୟୀଙ୍କ ରୁପା ଭର୍ତ୍ତି ବ୍ୟାଗ୍‌ ଗାଏବ

Advertisment
ଇଚ୍ଛାପୁର ଗାଁ’ରେ ସଶସ୍ତ୍ର ଡକାୟତି; ୮ ଭରି ସୁନା ଗହଣା, ୭ ଲକ୍ଷ ଟଙ୍କା ଲୁଟିନେଲେ

NPG.News

ଖଲ୍ଲିକୋଟ: ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ରୁପା ଭର୍ତ୍ତି ବ୍ୟାଗ୍‌ ଗାଏବ ହୋଇଯାଇଛି। ଘଟଣା ଜଣାପଡ଼ିବା ପରେ ଖଲ୍ଲିକୋଟ ଥାନା ଭେଜିପୁଟ ଟୋଲ୍‌ଗେଟ ନିକଟରେ ବସ୍‌ ରଖି ପୁଲିସ ଘଟଣାର ଅନୁସଂଧାନ ଆରମ୍ଭ କରିଛି। ସୂଚନା ଅନୁସାରେ କୋଲକାତାର ବ୍ୟବସାୟୀ ମିଥୁନ ମଣ୍ଡଳ ୨୮କେଜି ରୁପା ନେଇ ଆଜି ସଂଧ୍ୟାରେ ବ୍ରହ୍ମପୁରରୁ କୋଲକାତାର ଅଭିମୁଖେ ବାହାରିଥିଲେ। ଭେଜିପୁଟ ଟୋଲ୍‌ଗେଟରେ କିଛି ଯାତ୍ରୀ ଓହ୍ଲାଇଥିଲେ। ଏହି ସମୟରେ ରୁପା ଭର୍ତ୍ତି ବ୍ୟାଗ୍‌ ଗାଏବ ରହିଥିବା ମିଥୁନ ଦେଖିଥିଲେ। ଏଣୁ ତୁରନ୍ତ ସେ ବସ୍‌ର କର୍ମଚାରୀଙ୍କୁ ଅବଗତ କରିଥିଲେ। ଭେଜିପୁଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟୋଲ୍‌ଗେଟରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe