ସଫଳତାର ମନ୍ତ୍ର ଦେଲେ ବାଗଚୀ, ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କଲେ

Advertisment
ସଫଳତାର ମନ୍ତ୍ର ଦେଲେ ବାଗଚୀ, ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କଲେ

ବୌଦ୍ଧ: ରାଜ୍ୟ ଦକ୍ଷତା ବୃଦ୍ଧି ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଶନିବାର ବୌଦ୍ଧ ନିକଟବର୍ତ୍ତୀ ବଘିଆପଡ଼ା ଗୌଡ଼ଦେଇରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ ପରିଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନ ପ୍ରଦାନ କରି ଜୀବନରେ ସଫଳତା ପାଇବାର ମନ୍ତ୍ର କହିଥିଲେ। ନିଜର ଦକ୍ଷତାର ଉନ୍ନତି ହେଲେ ଯାଇ ନିଜର ପରିଚୟ ସୃଷ୍ଟି କରିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ। ଶ୍ରୀ ବାଗ୍‌ଚୀଙ୍କ ସହ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଇଟିଆଇ ଅଧ୍ୟକ୍ଷ ସତ୍ୟଶଙ୍କର ରାଜ ଓ ପଲିଟେକ୍‌ନିକ୍‌ ଅଧ୍ୟକ୍ଷ ସୁଶାନ୍ତ ପାତ୍ର ବାଗ୍‌ଚୀଙ୍କୁ ସ୍ବାଗତ କରିଥିଲେ।

ବୌଦ୍ଧ: ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଶନିବାର ବଘିଆପଡ଼ା ଗୌଡ଼ଦେଇରେ ଥିବା ସରକାରୀ ପୋଲିଟେକ୍‌ନିକକୁ ପରିଦର୍ଶନରେ ଯିବା ବେଳେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିଥିଲେ। ସଂଗ୍ରହାଳୟକୁ ପଶିବା ମାତ୍ରେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଦେଖି ଅଟକି ଯାଇଥିଲେ। ପ୍ରତିମୂର୍ତ୍ତିର ପାଦ ସ୍ପର୍ଶ କରି ପ୍ରଣାମ କରିବା ପରେ ଆଗକୁ ବଢ଼ିଥିଲେ। ସଂଗ୍ରହାଳୟ ରୂପରେଖ, ସାଜସଜ୍ଜା ଓ ସଂଗୃହୀତ ପୁରାତନ କୀର୍ତ୍ତିରାଜିକୁ ଦେଖି ପ୍ରଶଂସା କରିଥିଲେ। ସଂଗ୍ରହାଳୟ ମହୀଶୂର ପ୍ୟାଲେସର ଡିଜାଇନ୍‌ରେ ହୋଇଥିବା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ କହିଥିଲେ। ଏହି ସଂଗ୍ରହାଳୟ ପ୍ୟାରିସର ସଂଗ୍ରହାଳୟଠାରୁ ଅନେକ ଛୋଟ, ହେଲେ ଏଠାରେ ଭାବାବେଗ ଓ ଜୀବନ ଅଛି ବୋଲି କହିଥିଲେ। ପୁରାତନ କୀର୍ତ୍ତିଗୁଡ଼ିକୁ ଏଠାରେ ପୁନର୍ଜୀବନ ଦିଆଯାଇଛି। ଏହା ବୌଦ୍ଧ ଜିଲ୍ଲା ପାଇଁ ଆବେଗର ଭିତ୍ତିଭୂମି। ଏହା ହେଉଛି ଇତିହାସର ମନ୍ଦିର। ଏଠାକୁ ଆସିଲେ ତାକୁ ସମ୍ମାନ ଦେଇ ଉପଭୋଗ କରିବା ଉଚିତ। ଆଗାମୀ ଦୁଇ ଶହ, ତିନି ଶହ ବର୍ଷ ପର୍ଯ୍ୟନ୍ତ ପରବର୍ତ୍ତୀ ପିଢ଼ି ବୌଦ୍ଧ ଜିଲ୍ଲାର ଇତିହାସ, ସଂସ୍କୃତି ଓ ବୌଦ୍ଧବାସୀଙ୍କ ସଂବେଦନଶୀଳତା ବିଷୟରେ ଜାଣି ପାରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe