ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିଲେ ଆସାମର ଯୁବକ, ଭୁବନେଶ୍ବର ଏମ୍ସରେ ପୁଅକୁ ଭେଟି ଭାବବିହ୍ବଳ ହୋଇପଡ଼ିଲେ ବାପା

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିଲେ ଆସାମର ଯୁବକ, ଭୁବନେଶ୍ବର ଏମ୍ସରେ ପୁଅକୁ ଭେଟି ଭାବବିହ୍ବଳ ହୋଇପଡ଼ିଲେ ବାପା

ଭୁବନେଶ୍ବର: ଗତ ୨ ତାରିଖ ଦିନ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇ ଏବେ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି ହୋଇଛନ୍ତି ଆସାମର କରବି ଆଙ୍ଗଲୋଙ୍ଗ ଜିଲ୍ଲା ଅନ୍ତର୍ଗତ ହାୱଡ଼ାଘାଟ ଥାନା ଉତ୍ତର ବଡ଼ବିଲ ଗାଁର ଯୁବକ ଦୁଲାଲ ମଜୁମଦାର। ଘଟଣା ଦିନ ତାଙ୍କର ମୁଣ୍ଡରେ ଜୋର୍‌ରେ ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ବାଲେଶ୍ବରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ଦୁଲାଲଙ୍କ ଚିକିତ୍ସା ଜାରି ରହିଛି। ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷଙ୍କ ଦ୍ବାରା ସୂଚନା ପାଇଲା ନିଜ ଗାଁରୁ ପ୍ରାୟ ୧୫ କିଲୋମିଟର ଦୂର ଅତିକ୍ରମ କରି ଦୁଲାଲଙ୍କ ବାପା ସୁବାସ ମଜୁମଦାର ରାଜଧାନୀରେ ପହଞ୍ଚିଛନ୍ତି। ସେ ପୁଅକୁ ଏମ୍ସ ଭୁବନେଶ୍ବରରେ ଭେଟିଛନ୍ତି। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବେଡରେ ଥିବା ପୁଅକୁ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି। ଆଖିରୁ ଲୁହକୁ ଅଟକାଇ ପାରି ନାହାନ୍ତି। ପୁଅ କଥା କହିପାରୁଥିବାରୁ ତାଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଛି।

publive-image currentaffairs.adda247.com

ସୂଚନା ଅନୁସାରେ ଟ୍ରେନ୍‌ ଦୁର୍ଘଟଣାର ଶିକାର ହେଲା ପରେ ଦୁଲାଲଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଗତ ୫ ତାରିଖ ଦିନ ଅପରାହ୍‌ଣ ୩ଟାରେ ଏମ୍ସ କାଜୁଆଲଟିକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁର୍ଘଟଣା ଯୋଗୁଁ ତାଙ୍କର ମସ୍ତିସ୍କରେ ଆଘାତ ଲାଗିଥିଲା। ଦୁଲାଲ ଆରମ୍ଭରୁ ସଚେତନ ଥିଲେ ହେଁ ଦ୍ବନ୍ଦ୍ବରେ ଥିଲେ। ତେଣୁ ଡାକ୍ତରୀ ଟିମ୍‌ ସତର୍କତାର ସହିତ ଚିକିତ୍ସା କରିଥିଲେ। ଦୁଲାଲଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି। ତାଙ୍କୁ ଏବେ ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।

publive-image

ଏମ୍ସରେ ଭଲ ଓ ମାଗଣାରେ ଚିକିତ୍ସା ପାଇଲା ପରେ ଦୁଲାଲ ଏବେ ଲୋକଙ୍କୁ ଚିହ୍ନି ପାରୁଛନ୍ତି। ବାପାଙ୍କ ସହିତ କଥା ହୋଇପାରୁଛନ୍ତି। ପୁଅ ଦୁଲାଲଙ୍କୁ ଏମ୍ସ ଭୁବନେଶ୍ବର ହସ୍‌ପିଟାଲରେ ଭେଟିଲା ପରେ ସୁବାସଙ୍କ ମୁହଁରେ ହସ ଦେଖାଯାଇଛି। ସୁବାସ ଭୁବନେଶ୍ବର ଏମ୍ସ ମେଡିକାଲ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe