ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପାତାଳି ଶ୍ରୀକ୍ଷେତ୍ରରେ ବୁଧବାର ଆଷାଢ଼ ଦଶମୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ରୀତିନୀତି ଓ କାର୍ଯ୍ୟ ନିର୍ଘଣ୍ଟରେ କୋଟସମଲାଇସ୍ଥିତ ତ୍ରିକୂଟ ପାହାଡ଼ ପାଦଦେଶରେ ଥିବା ପାତାଳି ଶ୍ରୀକ୍ଷେତ୍ରଠାରେ ମାଉସୀ ମା’ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଆଣି ରଥାରୂଢ଼ କରାଯାଇ ଥିଲା। ଏହି ଅବସରରେ ଛୋଟପିଲାଙ୍କ ରଥଛୁଆଁ କରାଯାଇ ଥିଲା। ଏହାପରେ ରଥ ଟଣାଯାଇ ଥିଲା। ତ୍ରିକୂଟ ପାହାଡ଼ ଉପରେ ରହିଥିବା ମାଧବ ଗୁମ୍ଫା, ଧ୍ୱନି ଗୁମ୍ଫା, ଜଗନ୍ନାଥ ଗୁମ୍ଫାକୁ ପର୍ବତାରୋହଣ କରି ହଜାର ହଜାର ଶ୍ରଦ୍ଧାଳୁ ବୁଲି ଦେଖିବା ସହ ପ୍ରଭୁଙ୍କର ବାହୁଡ଼ା ଦର୍ଶନ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us