କାଙ୍କଣଶିଖରୀରେ ବାହୁଡ଼ାଯାତ୍ରା: ଚିଲିକା ଜଳ ବଡ଼ଦାଣ୍ଡ, ଡଙ୍ଗା ନନ୍ଦିଘୋଷ

କାଙ୍କଣଶିଖରୀରେ ବାହୁଡ଼ାଯାତ୍ରା: ଚିଲିକା ଜଳ ବଡ଼ଦାଣ୍ଡ, ଡଙ୍ଗା ନନ୍ଦିଘୋଷ

ନାଚୁଣୀ : ଚିଲିକା ହ୍ରଦର ନୀଳ ଜଳରାଶି ପରିବେଷ୍ଟିତ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କ୍ଷେତ୍ର କାଙ୍କଣଶିଖରୀରେ ବୁଧବାର ଦିନ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚିଲିକାର ନୀଳ ଜଳରାଶି ବଡ଼ ଦାଣ୍ଡ ପାଲଟିଥିଲା ବେଳେ ଡଙ୍ଗା ନନ୍ଦିଘୋଷ ସାଜିଛି। ଏଥିରେ ବିରାଜମାନ ହୋଇ ଚତୁର୍ଦ୍ଧାମୂର୍ତ୍ତି ସ୍ବସ୍ଥାନ ଶ୍ରୀଚକ୍ର ମନ୍ଦିରକୁ ଫେରିଛନ୍ତି।

ବୁଧବାର ସକାଳର ସମସ୍ତ ନୀତି କାନ୍ତି ଓ ପୂଜା ସରିବା ପରେ ଶ୍ରୀଗୁଣ୍ଡିଚା ଘରର ପ୍ରତୀକାତ୍ମକ ଲୀଳା ମଣ୍ଡପରେ ନବ ଦିନ ରହଣୀ ସାରି ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କ ସହିତ ସୁଦର୍ଶନ ଠାକୁର ବାହୁଡ଼ିଥିଲେ। ଠାକୁରମାନଙ୍କୁ ଆଜି ସୁସଜ୍ଜିତ ବେଶପରିପାଟି ଓ ସେନାପଟା ଲାଗି କରାଇ ପୂଜକ ଓ ସେବାୟତମାନେ ଚିଲିକା ଜଳରେ ପ୍ରସ୍ତୁତ ରହିଥିବା ନନ୍ଦିଘୋଷ ନାମକ ରଥାକୃତି ନୈ।କାରେ ବିଜେ କରାଇଥିଲେ। ନୌକାରଥର ଆନୁଷ୍ଠାନିକ ପୂଜନ ଓ ପ୍ରତିଷ୍ଠା ସରିବା ପରେ ଠାକୁରମାନଙ୍କୁ ହରିବୋଲ ହୁଳହୁଳି ଧ୍ବନି ମଧ୍ୟରେ ଘଣ୍ଟଘଣ୍ଟା ଓ ମର୍ଦ୍ଦଳ ବାଦନ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଭିତରେ ନନ୍ଦିଘୋଷ ନୈ।କାକୁ ପହଣ୍ଡିରେ ବିଜେ କରାଯାଇଥିଲା। ଏହାପରେ ବିଧିବିଧାନ ସହ ଠାକୁରଙ୍କୁ ପୂଜାର୍ଚ୍ଚନା ଓ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଏହାପରେ ପୀଠର ପ୍ରଥମ ସେବକ ଭାବେ ବୟୋବୃଦ୍ଧ ଜଗନ୍ନାଥ ଭକ୍ତ ହାଡୁବନ୍ଧୁ ପଟ୍ଟନାୟକ ରଥ ଉପରେ ଛେରାପହଁରା କରିଥିଲେ। ଚିଲିକା ନୀଳଜଳରାଶି ପରିବେଷ୍ଟିତ ପ୍ରାୟ ୨୨ ଏକର ପରିମିତ ଭୁଖଣ୍ଡ ଐତିହ୍ୟ କ୍ଷେତ୍ର କାଙ୍କଣ ଶିଖରୀ ପୀଠକୁ ଚିଲିକା ଜଳରେ ନନ୍ଦିଘୋଷ ରଥ ନୈ।କାରେ ପ୍ରଭୁ ସପ୍ତବାର ପ୍ରଦକ୍ଷୀଣ କରି ସ୍ବସ୍ଥାନ ଶ୍ରୀଚକ୍ର ମନ୍ଦିର ବାହୁଡ଼ି ଆସି ରତ୍ନ ସିଂହାସନକୁ ବିଜେ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe