ବାହୁଡ଼ା ପ୍ରସ୍ତୁତି ଆରମ୍ଭ: ନାକଚଣା ଦ୍ବାର ସମ୍ମୁଖରେ ଦୁଇ ରଥ

Advertisment

ନବଦିନାତ୍ମକ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି। ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି। ବିଧି ଅନୁସରଣ ପୂର୍ବକ ହେରା ପଞ୍ଚମୀ ପରଦିନ ଆଜି ରଥ ନାକଚଣା ଦ୍ବାର ସମ୍ମୁଖ ଭାଗକୁ ନିଆଯାଇଛି।

ନବଦିନାତ୍ମକ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି। ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି। ବିଧି ଅନୁସରଣ ପୂର୍ବକ ହେରା ପଞ୍ଚମୀ ପରଦିନ ଆଜି ରଥ ନାକଚଣା ଦ୍ବାର ସମ୍ମୁଖ ଭାଗକୁ ନିଆଯାଇଛି।

fshhfshfxvbvb

ପୁରୀ: ନବଦିନାତ୍ମକ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି। ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି। ବିଧି ଅନୁସରଣ ପୂର୍ବକ ହେରା ପଞ୍ଚମୀ ପରଦିନ ଆଜି ରଥ ନାକଚଣା ଦ୍ବାର ସମ୍ମୁଖ ଭାଗକୁ ନିଆଯାଇଛି। ତେବେ ନୀତି ବିଳମ୍ବର ପ୍ରଭାବ ପୁଣି ଦକ୍ଷିଣମୋଡ଼ ଉପରେ ପଡ଼ିଛି। ଦେବଦଳନ ଓ ତାଳଧ୍ବଜ ରଥ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ପହଞ୍ଚିସାରିଥିଲେ ହେଁ ନନ୍ଦିଘୋଷ ରଥ ଆଦୌ ଗଡ଼ିପାରିନାହିଁ। ସନ୍ଧ୍ୟା ହୋଇଯିବାରୁ ଏବଂ ବର୍ଷା ହେବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନାହିଁ। ଆସନ୍ତାକାଲି (ଗୁରୁବାର) ସକାଳ ୯ଟାରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ନନ୍ଦିଘୋଷ ହେବ ଦକ୍ଷିଣମୋଡ଼

ମହାପ୍ରଭୁ ଜନ୍ମବେଦି ଲୀଳା ସାରି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ। ଏ ନେଇ ସ୍ବତନ୍ତ୍ର ନୀତିକାନ୍ତି ସହ ରଥଟଣା ହେବା ପୂର୍ବରୁ ମହାପ୍ରଭୁଙ୍କ ଆଜ୍ଞା ସ୍ବରୂପ ଆଜ୍ଞାମାଳ ଆସିଥିଲା। ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜାପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହାଳି ସହ ତିନି ରଥକୁ ଆଜ୍ଞାମାଳ ଆଣି ପ୍ରଦାନ କରିଥିଲେ। ଦିନ ୨ଟାରେ ଆଜ୍ଞାମାଳ ବିଜେ ପରେ ରଥଟଣା ଆରମ୍ଭ ହୋଇ ଦକ୍ଷିଣମୋଡ଼ କରାଯାଇଥିଲା। ରଥରେ ଶ୍ରୀବିଗ୍ରହ ଅନୁପସ୍ଥିତ ରହୁଥିବାରୁ ଭକ୍ତମାନେ ରଥ ଟାଣି ନଥିଲେ। ମଙ୍ଗଳବାର ହେରାପଞ୍ଚମୀ ନୀତିକାନ୍ତି ବିଳମ୍ବ ହେତୁ ଭୋର ପାଖାପାଖି ୩ଟା ୫୫ରେ ରାତ୍ର ପହୁଡ଼ ହୋଇଥିଲା। ସକାଳ ୭ଟା ୫ରେ ଦ୍ବାରଫିଟା ହୋଇଥିଲା। ନିର୍ଦ୍ଧାରିତ ନୀତିକାନ୍ତି ମୁତାବକ ବୁଧବାର ଦ୍ବାରଫିଟା ପରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ ହୋଇ ସକାଳ ୯ଟା ୫୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନର ସୁଯୋଗ ମିଳିଥିଲା। ସକାଳ ଧୂପ ଦିନ ୧ଟା ମଧ୍ୟରେ ସମ୍ପନ୍ନ ହୋଇଥିଲା। ଦିନ ୨ଟାରେ ରଥ ଆଜ୍ଞାମାଳ ବିଜେ ହେବା ପରେ ରଥଟଣା ଆରମ୍ଭ ହୋଇ ନାକଚଣା ଦ୍ବାର ପାର୍ଶ୍ବକୁ ନିଆଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe