ତୁଳସୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ବଡ଼ଦେଉଳମୁହାଁ ବଡ଼ଠାକୁର; ଆଜି ହେବ ରଥଟଣା

Advertisment
ତୁଳସୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ବଡ଼ଦେଉଳମୁହାଁ ବଡ଼ଠାକୁର; ଆଜି ହେବ ରଥଟଣା

କେନ୍ଦ୍ରାପଡ଼ା: ଚତୁର୍ଦ୍ଧାମୂର୍ତ୍ତି ଆଜି ଜନ୍ମବେଦି ଛାଡ଼ି ବାହୁଡ଼ା ଯାତ୍ରାରେ ରତ୍ନବେଦି ଅଭିମୁଖେ ବାହାରିଛନ୍ତି। ଏଥିପାଇଁ ଇଚ୍ଛାପୁରସ୍ଥିତ ରଥଦାଣ୍ତ ଆଜି ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ପଡ଼ିଥିଲା। ସକାଳୁ ନୀତିକାନ୍ତି ସରିବା ପରେ ପୂର୍ବାହ୍ନରେ ରଥ ମୁଖ ପରିବର୍ତ୍ତନ ଏବଂ ସଂଧ୍ୟାରେ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ତିରେ ଶ୍ରୀଗୁଣ୍ତିଚା ମନ୍ଦିରରୁ ବାହାରି ଶ୍ରୀଜିଉ ରଥାରୂଢ଼ ହେବା ପରେ ରଥରେ ହିଁ ଦ୍ବିପ୍ରହର ଧୂପ, ସ˚ଧୢା ଉଠାଣି, ରାତ୍ର ଧୂପ ଲାଗି ହେବା ପରେ ବଡ଼ସି˚ହାର ବେଶରେ ଦର୍ଶନ ଦେଇଥିଲେ। ବାହୁଡ଼ା ଯାତ୍ରା ପାଇଁ ଆଜି ପ୍ରତ୍ୟୁଷରୁ ଶ୍ରୀଗୁଣ୍ତିଚା ମନ୍ଦିର ପହଡ଼ ଖୋଲିବା ପରେ ସକାଳ ମହାପ୍ରଭୁଙ୍କ ଜୟ ମ˚ଗଳା ଆଳତି, ନୀତିସ୍ନାନ ହୋଇଥିଲା ପୂର୍ବାହ୍ନରେ ଗୋପାଳ ବଲ୍ଲଭ ଓ ଖେଚେଡ଼ି ଧୂପ ଲାଗି ହେବା ପରେ ସିଂହାସନରେ ଚାରବନ୍ଧା ଯାଇଥିଲା। ଏପଟେ ରଥ ମୁଖ ପରିବର୍ତ୍ତନ ପ୍ରକ୍ରିୟା ପୂର୍ବାହ୍ନରୁ ଆରମ୍ଭ ହୋଇଥିଲା।

ଦିନ ପ୍ରାୟ ୧୦ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୧ଟା ସୁଦ୍ଧା ରଥ ମୁଖ ବଡ଼ ଦେଉଳ ଅଭିମୁଖେ କରାଯାଇଥିଲା। ତେଣେ ମହାପ୍ରଭୁ ଜନ୍ମବେଦିରୁ ଆଡ଼ପ ମଣ୍ତପକୁ ବିଜେ କରିବା ପରେ ବିଜେ ପଣ୍ତାଙ୍କ ଦ୍ବାରା ସେନାପଟା ବନ୍ଧା ଯାଇଥିଲା। ଏହାପରେ ଟାହିଆ ଲାଗି, ମ˚ଗଳାର୍ପଣ କରାଯିବା ପରେ ଧାଡ଼ି ପହଣ୍ତିରେ ରାତି ପ୍ରାୟ ୭ଟାରେ ରଥ ଅଭିମୁଖେ ବାହାରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ନ ୫ଟାରେ ପହଣ୍ତି ବିଜେ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏଥିରେ ବିଳମ୍ବ ଘଟିଥିଲା। ପ୍ରଥମେ ବଳଦେବଙ୍କୁ ପହଣ୍ତିରେ ଅଣାଯାଇଥିଲା। ଏହାପରେ ସୁଭଦ୍ରା ଏବ˚ ଶେଷରେ ଜଗନ୍ନାଥଙ୍କୁ ରଥରେ ଅଧିଷ୍ଠିତ କରାଯାଇଥିଲା। ରାତିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ରାଜପୁରୋହିତ ମୃତ୍ୟୁଞ୍ଜୟ ପତି ଛେରା ପହଁରା କରିଥିଲେ। ଆସନ୍ତାକାଲି ରଥ ଟଣାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe