ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ

ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର ଦେବୀ ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡା ଯାତ୍ରା ପାଇଁ ଆନୁଷ୍ଠାନିକ ନୀତି ନିର୍ଘଣ୍ଟ ପ୍ରକାଶ କରାଯାଇଛି...

Bahuda Yatra Time table from Pahandi to Chariot Pulling

Bahuda Yatra Time table from Pahandi to Chariot Pulling Photograph: (sambad.in)

ପୁରୀ:  ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର  ଦେବୀ  ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡା ଯାତ୍ରା ପାଇଁ ଆନୁଷ୍ଠାନିକ ନୀତି ନିର୍ଘଣ୍ଟ ପ୍ରକାଶ କରାଯାଇଛି। 

ଶନିବାର ଭୋର୍‌ରୁ ମଙ୍ଗଳ ଆଳତୀ ନୀତିରୁ ଆରମ୍ଭ କରି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ନୀତି ନିର୍ଘଣ୍ଟ ଅନୁସାରେ ସମ୍ପନ୍ନ ହେବ। ବିସ୍ତୃତ କାର୍ଯ୍ୟସୂଚୀରେ ପହଣ୍ଡି, ଛେରା ପହରା ଏବଂ ରଥ ଟାଣିବା ଆରମ୍ଭ ସମେତ ପ୍ରମୁଖ ନୀତି ପାଇଁ ନିର୍ଦ୍ଦିଷ୍ଟ ସମୟ ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ବାହୁଡ଼ା ଯାତ୍ରାରେ ପୁରୀ ଗଲେ କେଉଁଠି ରଖିବେ ଗାଡ଼ି, ଜାଣନ୍ତୁ ଟ୍ରାଫିକ୍ ନିୟମ...

ନୀତି ନିର୍ଘଣ୍ଟ:

ମଙ୍ଗଳ ଆଳତି: ଭୋର୍ ୪ଟା
ମଇଲମ: ଭୋର୍ ୪:୧୫ ଟା
ତଡପ ଲାଗି: ଭୋର୍ ୪:୩୦ ଟା
ରୋଷ ହୋମ: ଭୋର୍ ୪:୩୦ ଟା
ଅବକାଶ: ଭୋର୍ ୫ଟା
ସୂର୍ଯ୍ୟ ପୂଜା: ସକାଳ ୫:୧୫ ଟା
ଦ୍ୱାରପାଳ ପୂଜା: ସକାଳ ୫:୩୦ ଟା
ବେଶ ଶେଷ: ସକାଳ ୫:୩୦
ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ: ସକାଳ ୫:୪୫ରୁ ୬:୪୫ ପର୍ଯ୍ୟନ୍ତ
ସେନାପଟା ଲାଗି: ସକାଳ ୭ ରୁ ପୂର୍ବାହ୍ନ ୧୧:୩୦ ପର୍ଯ୍ୟନ୍ତ 
ମଙ୍ଗଳାର୍ପଣ: ପୂର୍ବାହ୍ନ ୧୧:୪୫
ବାହୁଡ଼ା ପହଣ୍ଡି: ମଧ୍ୟାହ୍ନ ୧୨ ଟା ରୁ ଅପରାହ୍ନ ୨:୩୦
ବେଶ ଶେଷ: ଅପରାହ୍ନ ୧ଟାରୁ ୨.୩୦ଟା ପର୍ଯ୍ୟନ୍ତ
ଛେରା ପହଁରା: ଅପରାହ୍ନ ୨:୩୦ ରୁ ୩:୩୦
ଚାରମାଳ ଫିଟା, ଘୋଡ଼ା ଯୋଚା: ଅପରାହ୍ନ ୩ ରୁ ୪ଟା
ରଥ ଟଣା: ଅପରାହ୍ନ ୪ଟା

ଅଧିକ ପଢ଼ନ୍ତୁ: ଅତୀତର ଆଇନାରେ ଗୁଣ୍ଡିଚା ମନ୍ଦିର: ଆପଣ ଜାଣିଛନ୍ତି କି ? ଆଜି ଯେଉଁ ଗୁଣ୍ଡିଚା ମନ୍ଦିର ଦେଖୁଛନ୍ତି ତାହା ଦିନେ କାଠର ମଣ୍ଡପ ଥିଲା...

Bahuda Yatra 2025 | lord jagannath | Rath Yatra 2025 | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe