ବନ୍ଦ ବେଳେ ଦେଶ ବିରୋଧୀ ନାରାକୁ ନେଇ ଉତ୍ତେଜନା : ଥାନାରେ ଅଭିଯୋଗ, ୩୦ ଜଣଙ୍କୁ ପଚରାଉଚରା

Advertisment
୨୦ରୁ ୪୮୮ ବର୍ଗ କଲେଜ ସଂଘର ଆନ୍ଦୋଳନ

Devdiscourse

କେନ୍ଦୁଝର : ସିଏଏ ଓ ଏନ୍‌ଆରସିକୁ ବିରୋଧ କରି କେନ୍ଦୁଝରରେ ଭାରତ ବନ୍ଦ ସମୟରେ ଦେଶ ବିରୋଧୀ ନାରାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିନେଇ କେନ୍ଦୁଝର ଟାଉନ ଥାନାରେ ୨ଟି ଅଭିଯୋଗ ହୋଇଛି। ପୁଲିସ ୩୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖି ଘଟଣା ସଂପର୍କରେ ତଦନ୍ତ ଚଳାଇଛି ।

ଆଜି ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ବେଳେ କେନ୍ଦୁଝର ସହରର ଗାନ୍ଧୀଛକଠାରେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଜାତୀୟ ରାଜପଥ ୪୯ ଏବଂ ମଣ୍ଡୁଆ-ମାଧପୁର ରାସ୍ତାରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ କେତେକ ଆନ୍ଦୋଳନକାରୀ ଦେଶ ବିରୋଧୀ ନାରା ଦେଇଥିଲେ । କେନ୍ଦୁଝର ସହରର ଅନେକ ବୁଦ୍ଧିଜୀବୀ ଏହାର ପ୍ରତିବାଦ ସହିତ ସଂପୃକ୍ତ ଆନ୍ଦୋଳନକାରୀଙ୍କୁ ପୁଲିସର ଜିମା ଦେଇଥିଲେ। ଏହି କଥା ପ୍ରଚାର ହେବା ପରେ ସହରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଟାଉନ ପୁଲିସ ୩୦ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଥାନାକୁ ଉଠାଇ ନେଇଥିଲା । ଅପରପକ୍ଷରେ ଦେଶ ବିରୋଧୀ ସ୍ଲୋଗାନ ଦେବା ପ୍ରତିବାଦରେ କେନ୍ଦୁଝରର କେତେକ ସଚେତନ ନାଗରିକଙ୍କ ପକ୍ଷରୁ ଟାଉନ ଥାନାରେ ଏକ ଏତଲା ଦାଏର କରାଯାଇଥିଲା। ସେହିପରି କେନ୍ଦୁଝର ଓକିଲ ସଂଘ ତରଫରୁ ଆଡହକ୍ କମିଟି ଅଧ୍ୟକ୍ଷା ସଙ୍ଗୀତା ସିଂହ ଦେଶ ବିରୋଧୀ ନାରା ଦେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କେନ୍ଦୁଝର ଟାଉନ ଥାନାରେ ଆଉ ଏକ ଏତଲା ଦେଇଥିଲେ।

ଏ ସଂପର୍କରେ କେନ୍ଦୁଝର ଉପଖଣ୍ଡ ପୁଲିସ ଅଧିକାରୀ ପ୍ରକାଶ ଜେମ୍‌ସ ଟପୋଙ୍କୁ ପଚରାଯିବାରୁ ବିଜେପି ତରଫରୁ ଆନ୍ଦୋଳନକାରୀଙ୍କ ବିରୋଧରେ ଏକ ଏତଲା ଦାଏର ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଟାଉନ ଥାନା ଅଧିକାରୀ ସୋମନାଥ ଜେନା ଦୁଇଟି ଅଭିଯୋଗ ମିଳିଥିବା ନେଇ ସ୍ବୀକାର କରିବା ସହ ପଚରାଉଚରା କରାଯାଇଥିବା କହିଛନ୍ତି। ସେହିପରି, ବରିଷ୍ଠ ବିଜେପି ନେତ୍ରୀ କିରଣବାଳା ନାଏକ ମଧ୍ୟ ସହରବାସୀଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe