କାନ୍ଥରେ ପଦ୍ମ ଆଙ୍କିଲେ ବୈଜୟନ୍ତ

Advertisment
କାନ୍ଥରେ ପଦ୍ମ ଆଙ୍କିଲେ ବୈଜୟନ୍ତ

ଗରଦପୁର : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ତା ଶୁକ୍ରବାର ଦିନ ପାଟକୁରା ନିର୍ବାଚନ ମଣ୍ତଳୀର ବଙ୍ଗାଳପୁର ପଞ୍ଚାୟତ ଗସ୍ତ କରିଥିଲେ। ଏହି ପଞ୍ଚାୟତର ବାସୁଦେଇପୁର ଗାଁ ବୁଥ ନଂ. ୧୯୩ରେ ଶ୍ରୀ ପଣ୍ତା ତୁଳି ଧରି ବିଜେପିର ଚିହ୍ନ ପଦ୍ମଫୁଲ ଆଙ୍କି ଆଗାମୀ ଦିନରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।

ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ତା, ଜିଲ୍ଲା ବିଜେପି ସମ୍ପାଦକ ପ୍ରଜେଶ ରଂଜନ ନାୟକ ଓ ମିହିର ସାମଲ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଂଚଳର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe