ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ବିବାଦ: ହାଙ୍ଗର୍‌ ଖୋଲିଲା ପୁରୀ ପୁଲିସ; ପୁଣି ଗୋଟିଏ ହେଲିକପ୍ଟରକୁ ସିଲ୍‌ କଲା

ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ବିବାଦ: ହାଙ୍ଗର୍‌ ଖୋଲିଲା ପୁରୀ ପୁଲିସ; ପୁଣି ଗୋଟିଏ ହେଲିକପ୍ଟରକୁ ସିଲ୍‌ କଲା

ପୁରୀ: ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଚିଲିକା ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ କୌଣସି ଆଇନରେ ଉଲଂଘନ ହୋଇ ନ ଥିବା ଦର୍ଶାଇବା ପରେ ସୋମବାର ପୁରୀ ପୁଲିସ ଇମ୍ପା ମାଲିକାନାରେ ଥିବା ହାଙ୍ଗରକୁ ଖୋଲିଥିବା ଜଣାଯାଇଛି।

ସୂଚନା ଅନୁସାରେ, ପୁରୀ ଏସ୍‌ଡିପିଓ ଏବଂ ମେରାଇନ୍‌ ଥାନା ଆଇଆଇସି ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ହାଙ୍ଗର ଖୋଲି ସିଲ୍‌ ହୋଇଥିବା ୩ଟି ହେଲିପକ୍ଟର ଭିତରୁ ଦୁଇଟିକୁ ମୁକ୍ତ କରିଥିବା ବେଳେ ଗୋଟିଏ ହେଲିକପ୍ଟରକୁ ପୁନଶ୍ଚ ସିଲ୍‌ କରିଛନ୍ତି। ବୈଜୟନ୍ତ ଯେଉଁ ହେଲିକପ୍ଟରରେ ଉଡାଣ କରିଥିଲେ ତାହାକୁ ସିଲ୍‌ କରି ରଖିଛି ପୁରୀ ପୁଲିସ। ପୁଲିସ ପକ୍ଷରୁ ଉଡାଣ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ଅଧିକ ତଥ୍ୟ ମଗାଯାଇଛି। ସେ ତଥ୍ୟ ହସ୍ତଗତ ହେବାପରେ ସଂପୃକ୍ତ ହେଲିକପ୍ଟରରେ ଉପରୁ ସିଲ୍‌ ଉଠାଇବା ନିଷ୍ପତ୍ତି ହେବ ବୋଲି ପୂର୍ବରୁ ପୁରୀ ଏସ୍‌ପି ଡା.ସାର୍ଥକ ଷଡଙ୍ଗୀ ସୂଚନା ଦେଇଥିଲେ।

ଚିଲିକା ଉପରେ ବୈଜୟନ୍ତଙ୍କ ବେଆଇନ ହେଲିକପ୍ଟର ଉଡାଣ ଅଭିଯୋଗରେ ଗତ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା ପୁରୀ ପୋଲିସ । ଏପରିକି ଏହି ଘଟଣାର ଯାଞ୍ଚ କରିବା ସହ ଏହା ଚିଲିକା ଉପରେ ବେଆଇନ ଭାବେ ଉଡିଥିଲା କି ନାହିଁ ତାହାର ରିପୋର୍ଟ ଡିଜିସିଏକୁ ମାଗିଥିଲା ପୁରୀ ପୋଲିସ ।

ଏହି ଘଟଣାର ଯାଞ୍ଚ ପରେ ଅକ୍ଟୋବର ୨୫ ତାରିଖରେ ଡିଜିସିଏ ରିପୋର୍ଟ ଦେଇଥିଲେ । ଯେଉଁଥିରେ ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ ଦିଆଯାଇଥିଲା । ଉଡାଣ ଦିନ ହେଲିକପ୍ଟରଟି ଡିଜସିଏର କୌଣସି ନିୟମ ଭାଙ୍ଗିନଥିବା ଉଲ୍ଲେଖ ରହିଥିଲା । ଆଉ ଏହି ରିପୋର୍ଟ ଆସିବା ପରେ ଆଜି ହ୍ୟାଙ୍ଗର ଖୋଲିଛି ପୋଲିସ । ତେବେ ଅଭିଯୋଗ ଆସିଥିବା ହେଲିକପ୍ଟରଟି କେତେ ଉଚ୍ଚରେ ଉଡିଥିଲା ସେନେଇ ତଥ୍ୟ ମାଗିବା ସହ ପୁଣିଥରେ ସିଲ୍ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe