ଟ୍ବିଟ୍‌ କରି ଜବାବ ଦେଲେ ବୈଜୟନ୍ତ

ଟ୍ବିଟ୍‌ କରି ଜବାବ ଦେଲେ ବୈଜୟନ୍ତ

DNA India

ଭୁବନେଶ୍ବର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରାର୍ଥୀ ଘୋଷଣା କରିବା ବେଳେ ବୈଜୟନ୍ତଙ୍କୁ ପରୋକ୍ଷରେ କଟାକ୍ଷ କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଅନୁଭବ ମହାନ୍ତିଙ୍କ ନାମ ଘୋଷଣା କରିବା ସମୟରେ ନବୀନ କହିଥିଲେ ଯେ, ଅନୁଭବ ମହାନ୍ତି କେବଳ କେନ୍ଦ୍ରାପଡ଼ା ବାସୀଙ୍କ ସ୍ବାର୍ଥ ପାଇଁ କାମ କରିବେ। ସେ ମନୋନୟନ ପତ୍ର ଦାଖଲ କରିବା ସମୟରେ ଯେଉଁ ସତ୍ୟପାଠ ଦାଖଲ କରିବେ ସେଥିରେ କିଛି ବି ଲୁଚାଇବେ ନାହିଁ । ମାଇନିଂ କମ୍ପାନିରେ କାମ କରି ଦରମା ନେବା ଆଉ ତାକୁ ଲୁଚାଇବା ଭଳି କିଛି ବି କାର୍ଯ୍ୟ କରିବେ ନାହିଁ।

ନବୀନଙ୍କ ଏହି କଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନବୀନ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଇଙ୍ଗିତ କରି କହିଥିବାରୁ ବୈଜୟନ୍ତ ଆଜି ଟ୍ବିଟ୍‌ କରି ଏହାର ଜବାବ ଦେଇଛନ୍ତି। ସେ ଟ୍ବିଟ୍‌ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏତେ ତଳସ୍ତରକୁ ଖସିଯିବେ ବୋଲି ମୁଁ କେବେ ଭାବି ନ ଥିଲି । ସେ ଓ ସମସ୍ତେ ମୋର ପରିବାରର ୬୦ ବର୍ଷର ଶିଳ୍ପ ସଂସ୍ଥା ସମ୍ପର୍କରେ ଅବଗତ ଥିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଅନେକ ଦଶନ୍ଧି ଧରି ମୋ ପରିବାର ସହିତ ଘନିଷ୍ଠ ଓ ନିର୍ଭରଶୀଳ ଥିଲେ। ବୈଜୟନ୍ତ ନବୀନଙ୍କୁ ପାଲଟା ଆକ୍ରମଣ କରି ଲେଖିଛନ୍ତି ଯେ, ଗୋଟିଏ କମ୍ପାନି ଗଠନ ହେବାର ବର୍ଷକ ପୂର୍ବରୁ ତାକୁ ଲିଜ୍‌ ଦେବା ଭଳି ଘଟଣାରେ ମୁଁ କେବେ ସଂପୃକ୍ତ ନଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe