ମୁଖ୍ୟମନ୍ତ୍ରୀଙ୍କ ଜବାବର ପ୍ରତିକ୍ରିୟାରେ ଟ୍ଵିଟ୍‌ କଲେ ବୈଜୟନ୍ତ

ବିଜେଡି ସଭାପତିଙ୍କୁ ତିନି ପୃଷ୍ଠାର ଭାବପ୍ରବଣ ଇସ୍ତଫା ପତ୍ରରେ କ’ଣ ଲେଖିଲେ ବୈଜୟନ୍ତ !

ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି ।ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ କରୁଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯେଉଁ ଦଳୀୟ ନେତା ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି, ତାଙ୍କୁ ସମୟ ଆସିଲେ ଉତ୍ତର ଦିଆଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ବୟାନ ପରେ ନିଜ ଟ୍ଵିଟର ଜରିଆରେ ଜବାବ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

ଶ୍ରୀ ପଣ୍ଡା ଟ୍ଵିଟ୍‌ କରି କହିଛନ୍ତି ଯେ ପ୍ରସଙ୍ଗ ନ ଥିଲା ତ ମୁଁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବେଳେ କାହିଁକି ୫ ପ୍ଲାଟୁଡ଼୍‍ ଫୋସ ନିଶ୍ଚିନ୍ତାକୋଇଲି ଓ ବଚୁହାଳେରେ ନିୟାଜନ କରାଗଲା। ବିଜୁ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେଉଥିଲେ। ମୁଁ ଏବେ ବି ମୋ ଦଳର ନେତାଙ୍କୁ ମୋ ବିଶ୍ୱନୀୟତା ପରୀକ୍ଷା କରିବାକୁ ଅନୁରୋଧ କରୁଛି ବୋଲି ବୈଜୟନ୍ତ ଟ୍ଵିଟ୍‌ କରି ତୃତୀୟ ମହଳା ସହିତ ଚାଲିଥିବା ବିବାଦକୁ ନୂଆ ମୋଡ଼ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe