କଟକ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଯିବା ପରେ ଅଦାଲତଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ ସର୍ତ୍ତାରୋପ କରାଯାଇଛି। ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ସୋହେଲା ବ୍ଲକ ବନାବିରା ରାଜନୈତିକ ହତ୍ୟାକାଣ୍ଡ ମାମଲାରେ ସୋହେଲା ପୁଲିସ ଦ୍ୱାରା ଶ୍ରୀ ମିଶ୍ର ୨୦୧୮, ମାର୍ଚ୍ଚ ୧୫ରେ ଗିରଫ ହୋଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ପ୍ରଥମେ ବୁର୍ଲା ବଡ ମେଡିକାଲ ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଦିଲ୍ଲୀ ଏମ୍ସରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।
ବିଜେପି ନେତା ଜୟନାରାୟଣଙ୍କୁ ଜାମିନ
Advertisment
Follow Us