ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଖାରଜ

Advertisment
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଖାରଜ

କଟକ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ  ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲର ନିୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ପାଟଣାଗଡ଼ ଅତିରିକ୍ତ ଦୌରା ଜଜଙ୍କ ଅଦାଲତରେ ଜାମିନ ଖାରଜ ହେବା ପରେ ପୁଞ୍ଜିଲାଲ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ୨୦୧୮, ଫେବ୍ରୁଆରି ୨୩ ତାରିଖରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ପୋରଣ ଘଟିଥିଲା। ଏଥିରେ ସୌମ୍ୟଶେଖର  ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ମାମଲା ରୁଜୁ କରିଥିଲା। ୨୦୧୮ମାର୍ଚ୍ଚ ୨୩  ତାରିଖରେ କ୍ରାଇମବ୍ରାଞ୍ଚକୁ  ମାମଲା ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଈଁସା କଲେଜର ଇଂରାଜି ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ,ଏପ୍ରିଲ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

publive-image

ଏଣେ ପୁଞ୍ଜିଲାଲ ମେହେରଙ୍କ ନିୟମିତ ଜାମିନ ଆବେଦନର ପରିଚାଳନା ପାଇଁ ନୂଆ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ପୂର୍ବରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପୁଞ୍ଜିଲାଲଙ୍କ ପକ୍ଷରୁ ଆଉ ମାମଲା ପରିଚାଳନା କରିବେ ନାହିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଅନ୍ୟପକ୍ଷରେ ଆଇନଜୀବୀ ପରିବର୍ତ୍ତନ ପ୍ରସଂଗରେ ଜେଲରେ ଥିବା ପୁଞ୍ଜିଲାଲଙ୍କ ତରଫରୁ ଏକ ପ୍ରିଜନ୍‌ ପିଟିସନ୍ ହାଇକୋର୍ଟରେ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଆଇନସେବା କମିଟି ତରଫରୁ ଆଇନଜୀବୀ ବାସୁଦେବ ପୂଜାରୀ ପୁଞ୍ଜିଲାଲଙ୍କ ମାମଲା ପରିଚାଳନା କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe