ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ

Advertisment
ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ୍‌ ଠକେଇରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ହାତରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନକୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଆଜି ଖାରଜ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସିସୋର ଚିଟ୍‌ଫଣ୍ଡ୍‌ ଠକେଇରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ସହ ୪ ଦିନ ରିମାଣ୍ଡରେ ନେଇଥିଲା। ତେବେ ରିମାଣ୍ଡ ଅବଧିରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କ ରିମାଣ୍ଡ ଅବଧି ସରିବାର ୧ ଦିନ ପୂର୍ବରୁ ସିବିଆଇ ତାଙ୍କୁ କୋର୍ଟ ଚାଲାଣ କରିବା ସହ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଥିଲା।

ଏବେ ବିଧାୟକ ବିଶ୍ୱାଳ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe