ଆଧୁନିକ ଯୁଗରେ ପୁରୁଣା ସଂସ୍କୃତିକୁ ବଞ୍ଚାଇ ରଖିଛି ବଏଲ୍ ଯାତ୍ରା

୨ ବର୍ଷ ପରେ ଭକ୍ତଙ୍କ ଗହଣରେ ପାଟଣାଗଡ଼ର ହେଲା ବଏଲ୍ ଯାତ୍ରା

ଆଧୁନିକ ଯୁଗରେ ପୁରୁଣା ସଂସ୍କୃତିକୁ ବଞ୍ଚାଇ ରଖିଛି ବଏଲ୍ ଯାତ୍ରା

ପାଟଣାଗଡ଼(ଶିରୀଶ ଚନ୍ଦ୍ର ଖମାରୀ): ସମଗ୍ର ଦେଶରେ ଶାରଦୀୟ ଦଶହରା ପାଳନ କରାଯାଉଛି। ଏଥି ପାଇଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମଧ୍ୟ ଦଶହରା ପାଇଁ ଉତ୍ସବମୁଖର ହୋଇଛି। ହେଲେ ଦଶହରା ସମୟରେ ଏଠାରେ ଐତିହାସିକ, ପ୍ରସିଦ୍ଧ ତଥା ପାରମ୍ପରିକ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିରେ ସହର ସମେତ ଆଖପାଖର ବହୁ ଲୋକଙ୍କ ଭିଡ ରହିଥାଏ। ଏହି ବଏଲ୍ ଯାତ୍ରା ନବମୀ ରାତିରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି।
ଏଥି ପାଇଁ ମୂଳାଷ୍ଟମୀ ଦିନରେ ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ଷୋଡଶ ଉପଚାର ପୂଜାର୍ଚନା ଆରମ୍ଭ କରା ଯାଇଥିଲା। ଅମାବାସ୍ୟା ତଥା ମହାଳୟା ଦିନ ବିଳମ୍ବିତ ରାତିରେ ମାଁ ସମଲେଶ୍ବରୀ ଓ ପ୍ରତିପଦା ଦିନ ବିଳମ୍ବିତ ରାତିରେ ଝାର ବଏଲ୍ ଅଣା ଯାଇଥିଲା (ଜଙ୍ଗଲରୁ ଦେବୀଙ୍କୁ ମନ୍ଦିରକୁ ଅଣା ଯାଇଥିଲା।) ଚଳିତବର୍ଷ ମାଁ ସମଲେଶ୍ବରୀଙ୍କ ବରୁଆକୁ କୁଆଁରୀ ବସାଯାଇଥିଲା।

publive-image

ବରୁଆକୁ ମନ୍ଦିର ଭିତରେ ରଖା ଯାଇଥିଲା । ମହାନବମୀ ରାତିରେ ପ୍ରସିଦ୍ଧ ବଏଲ୍‌ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମାଁ ପାଟଣେଶ୍ବରୀଙ୍କ ବଏଲ୍‌ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବରୁଆ ଦେହରେ ଚନ୍ଦନ ଲେପ ଦେଇ ମାଁ ପାଟଣେଶ୍ବରୀ ମନ୍ଦିରକୁ ନିଆ ଯାଇଥିଲା। ସେଠାରେ ପୂଜା କରିବା ସହ ଯନ୍ତ୍ରରେ ବସାଇ ପାରମ୍ପରିକ ବାଜା ବଜାଇ ଦେବୀଙ୍କୁ ବରୁଆ ଦେହରେ ପ୍ରବେଶ କରା ଯାଇଥିଲା । ବରୁଆ ଦେହରେ ଦେବୀ ପ୍ରବେଶ ହେଲା ପରେ ମନ୍ଦିର ଭିତରୁ ଆଣିବା ପରେ ଚୁଳ ବନ୍ଧା ହୋଇଥିଲା। ପରେ ମାଁ ସମଲେଶ୍ବରୀ ମନ୍ଦିର ଓ ଗଡ ଭିତରକୁ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇଥିଲେ। ସେଠାରୁ ଆସିବା ପାଟ ଖଣ୍ଡା ସାହାଯ୍ୟରେ ରମାଇଁ ଦେଓ ଙ୍କ ସମୟରେ ଅଷ୍ଟ ମଲ୍ଲିକଙ୍କୁ ହତ୍ୟା କରାଯାଇ ସେମାନଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ଯଙ୍ଗକୁ ବିଭିନ୍ନ ସ୍ଥାନରେ ପୋତା ଯାଇଥିବା ସ୍ଥାନକୁ ପ୍ରହାର କରା ଯାଇଥିଲା। ଏହାକୁ ଖପର ଚୁପା ବୋଲି କୁହା ଯାଇଥାଏ। ପରେ ବରୁଆକୁ ମାଁ ଦଶମତୀ ମନ୍ଦିର, ଥାନା, ବିଭିନ୍ନ ଦୁର୍ଗା ମଣ୍ଡପ କୁ ନିଆ ଯାଇଥିଲା।

publive-image

ଏହା ପରେ ଲୋକେ ଦାବୀ ଓ ଛତରର ଗୋଡ ଧୋଇବା ସହ ପୂଜାର୍ଚନା କରିଥିଲେ। ଶେଷରେ ମନ୍ଦିରକୁ ନେଇ ପାଠ୍ ରେ ପକା ଯାଇଥିଲା। ଏହା ପରେ ପରେ ମାଁ ଡଙ୍ଗେଇଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସକାଳୁ ମାଁ ସମଲେଶ୍ବରୀଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଁ ପାଟଣେଶ୍ବରୀଙ୍କ ଯେପରି ବଏଲ୍ ଅନୁଷ୍ଠିତ ହୋଇଥିଲା, ସେହିପରି ଭାବେ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା।

publive-image

କରୋନା କଟକଣା ଯୋଗୁଁ ୨ବର୍ଷ ହେଲା କେବଳ ସେବାୟତ ଓ କିଛି ଲୋକଙ୍କୁ ନେଇ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କଟକଣା ହଟିବାରୁ ଭକ୍ତମାନଙ୍କ ଗହଣରେ ମାଁ ପାଟଣେଶ୍ବରୀ, ମାଁ ଡଙ୍ଗେଇ ଓ ଶେଷରେ ମାଁ ସମଲେଶ୍ବରୀ ଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବଏଲ୍ ଯାତ୍ରା ଦେଖିବା ପାଇଁ  ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe