ମୁଖ୍ୟମନ୍ତ୍ରୀଙ୍କୁ ବୈଷ୍ଣବଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କୁ ବୈଷ୍ଣବଙ୍କ ପରାମର୍ଶ

ଭୁବନେଶ୍ୱର : ଭାଷା ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ‘କାମରାଜ ଫର୍ମୁଲା’ ଲାଗୁ କରିବାକୁ ‘ଭାଷା ସୁରକ୍ଷା ସମ୍ମିଳନୀ’ର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ନ ଜାଣିବା ଭାଷା ଆଇନ୍‌ କାର୍ଯ୍ୟକାରୀ ହେବା ପଥରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଓଡ଼ିଆରେ ଶାସନ ଚାଲିଲେ ଅମଲା ଓ ମନ୍ତ୍ରୀମାନଙ୍କୁ ସମସ୍ତ ପ୍ରାଶାସନିକ ଫାଇଲର ନଥିପତ୍ର ଓଡ଼ିଆରେ ଲେଖିବାକୁ ହେବ। ମାତ୍ର ଏସବୁ ଓଡ଼ିଆ ଫାଇଲ୍‌କୁ ମୁଖ୍ୟମନ୍ତ୍ରୀ ପଢ଼ିପାରିବେ ନାହିଁ କି ବୁଝିପାରିବେ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ‘କାମରାଜ ଫର୍ମୁଲା’ର ଦୁଇଟି ଦିଗରୁ ଗୋଟିଏକୁ ବାଛନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହା ସହ ଭାଷା ଆୟୋଗ ଗଠନ କରିବାକୁ ବି ସେ ଦାବି କରିଛନ୍ତି। ଆଜି ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡ଼ା କହିଲେ, ଓଡ଼ିଆ ଭାଷାର ବିକାଶ ଦୃଷ୍ଟିରୁ ପିତାଙ୍କ ପଥ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଚୌକି ଛାଡି ଆଉ ଜଣେ ଯୋଗ୍ୟ ଭାଷାପେପ୍ରମୀ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ, ଦଣ୍ଡପାଣି ମହାପାତ୍ର, ହୃଦୟବଲ୍ଲଭ ଦାସ, କିଶୋର ସ୍ୱାଇଁ, ଶ୍ରୀବତ୍ସ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe