ବୈତରଣୀ ବନ୍ୟା: ଆଖୁଆପଦାରେ କମୁଛି ଜଳସ୍ତର; ବୁଡ଼ିଛି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

Advertisment

ଅପରାହ୍ନ ୪ ଟା ସୁଦ୍ଧା ବିପଦ ସଙ୍କେତ ୧୯.୫୧ ମିଟର ଉପରେ ବନ୍ୟା ଜଳ ପ୍ରବାହିତ

ଅପରାହ୍ନ ୪ ଟା ସୁଦ୍ଧା ବିପଦ ସଙ୍କେତ ୧୯.୫୧ ମିଟର ଉପରେ ବନ୍ୟା ଜଳ ପ୍ରବାହିତ

ବୈତରଣୀ ବନ୍ୟା: ଆଖୁଆପଦାରେ କମୁଛି ଜଳସ୍ତର; ବୁଡ଼ିଛି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଓ ବୈତରଣୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ବନ୍ୟା ଜଳ ଆସିଛି। ବୁଧବାର ଦିନ ଅପରାହ୍ନ ଠାରୁ ଭଦ୍ରକର ଆଖୁଆପଦା ଅନିକଟ ନିକଟରେ ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ୧୭. ୯୩ ମିଟର ଉପରେ ପ୍ରବାହିତ ହେଉଛି। ଗୁରୁବାର ସକାଳ ୬ଟା ସୁଦ୍ଧା ଏଠାରେ ବନ୍ୟା ଜଳ ୧୯. ୯୮ ଉପରେ ପ୍ରବାହିତ ହେଉଥିଲା। ଦିନରେ ବର୍ଷା କମ୍ ଥିବାରୁ ଆଜି ଅପରାହ୍ନ ୪ ଟା ସୁଦ୍ଧା ଏହାର ଜଳ ସ୍ତର କମି କମି ୧୯. ୫୧ ମିଟର ରହିଛି। ଗୁୁରୁବାର ରାତି ସୁଦ୍ଧା ଆଉ ଅଧିକ ବର୍ଷା ନହେଲେ ଶୁକ୍ରବାର ସକାଳ ସୁଦ୍ଧା ବୈତରଣୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିବାରୁ ସମ୍ଭାବନା ରହିଛି।

ଅନ୍ୟପଟରେ ଜଳସ୍ତର ଖସିଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟାଜଳ ବ୍ୟାପକ ଚାଷ ଜମିକୁ ବୁଡାଇ ଦେଇଛି। ବନ୍ୟା ଜଳରେ ଲୋକଙ୍କର ଧାନ ଚାଷ ଓ ପରିବା ଚାଷ ଉଜୁଡି ଯାଇଛି। ୩ ଟି ବ୍ଲକର ପ୍ରାୟ ୨୦ ହଜାର ହେକ୍ଟର ଚାଷ ଜମିକୁ ବନ୍ୟା ଜଳ ବୁଡାଇ ଦେଇଛି। ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଏସକେଫ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଧାମନଗର ବ୍ଲକର ମଲ୍ଲୀମହାରା ଓ ଗୌରାଙ୍ଗପୁର ‌ଏସକେଫ୍ ଦେଇ ବନ୍ୟା ଜଳ ଚାଷ ଜମିବକୁ ମାଡି ଆସିଛି। ବନ୍ୟା ଜଳରେ ଧାମନଗର ବ୍ଲକର ଅନେକ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଇ ବ୍ଳକର ୩ ଟି ପ୍ରମୁଖ ରାସ୍ତା ବନ୍ୟା ଜଳ ରେ ବୁଡିଛି। ଦୋବଲ–ସେଣ୍ଢପୁର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

publive-image

ସେହିପରି ଖଡିପଦା-ଆନନ୍ଦପୁର ରାସ୍ତା ରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ବେଳେ ପ୍ରଧାନୀ–ଷଣ୍ଢପୁର ରାସ୍ତା ଉପରେ ଚାଲୁଛି ବନ୍ୟା ଜଳ। ଏହିସବୁ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ଭଣ୍ଡାରିପୋଖରୀ ବ୍ଲକର ବନ୍ଦାଳ–ମଢିଆଳି ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରହଣିଆ, ମାଳଦା, ମଣିନାଥପୁର, ମହିଶପୁର, ଝୁଣ୍ଟୁଣା ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe