ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି ‘ବଜାସାଲ’ ଲୋକନୃତ୍ୟ : ଧର୍ମେନ୍ଦ୍ର

ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି ‘ବଜାସାଲ’ ଲୋକନୃତ୍ୟ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ କଳାହାଣ୍ଡି ଜିଲ୍ଲାର ଗୌରବମୟ ଲୋକନୃତ୍ୟ ‘ବଜାସାଲ’ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର କଳାକାରଙ୍କୁ ବୁଧବାର ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଓଡ଼ିଶାର ସ୍ୱର୍ଣ୍ଣିମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଭରା ଲୋକନୃତ୍ୟ ରାଜପଥରେ ପ୍ରଦର୍ଶନ କରି ଏହି ପ୍ରତିଭାବାନ କଳାକାରମାନେ ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। କଳାହାଣ୍ଡି ସଂସ୍କୃତି ସମ୍ପନ୍ନ ଜିଲ୍ଲା। କଳାହାଣ୍ଡିରେ ଅନେକ ପ୍ରତିଭା, କ୍ଷମତାସମ୍ପନ୍ନ ଲୋକମାନେ ଅଛନ୍ତି। ‘ବଜାସାଲ’ ଆମ ରାଜ୍ୟ ଓଡ଼ିଶା ଓ କଳାହାଣ୍ଡି ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଆଗକୁ ସଂସ୍କୃତିସମ୍ପନ୍ନ କଳାହାଣ୍ଡି ଜିଲ୍ଲାର ଏହି କଳାକାରମାନେ ବିଦେଶରେ ନାଁ କରନ୍ତୁ। ବଜାସାଲ ନୃତ୍ୟରେ ପାରମ୍ପରିକ ପୋଷାକର କୌଣସି ତୁଳନା ନାହିଁ । ଏହି ନୃତ୍ୟରେ ଅନେକ ବାର୍ତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe