ବଜ୍ରକାପ୍ତା ଉଦ୍ଧାର: ସୋମବାର ଜଙ୍ଗଲରେ ଛଡ଼ାଯିବ

ବଜ୍ରକାପ୍ତା ଉଦ୍ଧାର: ସୋମବାର ଜଙ୍ଗଲରେ ଛଡ଼ାଯିବ

ଲଇକେରା : ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ବନାଞ୍ଚଳ କାଦବାହାଲ ଭୂତପଡ଼ା ଅଞ୍ଚଳରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଫରେଷ୍ଟର ବୁଧୁରାମ ରୋହିଦାସଙ୍କର ସୂଚନା ଅନୁସାରେ ଭୂତପଡ଼ା ଗାଁର କିଛି ଲୋକ ଜଙ୍ଗଲ ନିକଟରେ ଥିବା ପୋଖରୀକୁ ରାତି ପ୍ରାୟ ୧୦.୩୦ ସମୟରେ ମାଛ ଧରିବାକୁ ଯାଇଥିଲେ। ପୋଖରୀ ନିକଟରେ ଏକ ବଜ୍ରକାପ୍ତାକୁ ଦେଖି ଧରି ଘରକୁ ନେଇ ଆସିଥିଲେ।

ବର୍ତ୍ତମାନ ହାତୀ ଉକ୍ତ ଗ୍ରାମ ନିକଟରେ ଚଳପ୍ରଚଳ କରୁଥିବାରୁ ବନ ବିଭାଗର ଫରେଷ୍ଟର ଶ୍ରୀ ରୋହିଦାସଙ୍କ ସମେତ ହାତୀ ଘଉଡ଼ା ସ୍କ୍ବାଡ୍‌ ଭୂତପଡ଼ା ନିକଟରେ ଥିଲେ। ଫୋନ୍‌ ପାଇ ସଂଗେ ସଂଗେ ବନ ବିଭାଗର ସ୍କ୍ବ‌ାଡ୍‌ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ବଜ୍ରକାପ୍ତାଟିର ଓଜନ ହାରାହାରି ୫ରୁ ୭ କେଜି ହେବ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଚିକିତ୍ସା ପରେ ଡିଏଫ୍‌ଓଙ୍କ ପରାମର୍ଶକ୍ରମେ ସୋମବାର ଜଙ୍ଗଲ ମଧ୍ୟରେ ଏହାକୁ ଛଡ଼ାଯିବ ବୋଲି କହିଛନ୍ତି ଫରେଷ୍ଟର ଶ୍ରୀ ରୋହିଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe