ଏସ୍‌ଟିଏଫ୍‌ ଦ୍ବାରା ବଜ୍ରକାପ୍ତା ଉଦ୍ଧାର

Advertisment
ଏସ୍‌ଟିଏଫ୍‌ ଦ୍ବାରା ବଜ୍ରକାପ୍ତା ଉଦ୍ଧାର

ବୌଦ୍ଧ : ଚଳିତ ମାସ ତିନି ଦିନରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ବିଷୟ ହୋଇଛି। ବନ ବିଭାଗ ହାତୀ ଶିକାରର ଖିଅ ଖୋଜିବାରେ ଲାଗିଥିବା ବେଳେ ଏସ୍‌ଟିଏଫ୍‌ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ବୌଦ୍ଧ ବନଖଣ୍ଡରେ ଶିକାରୀ ସକ୍ରିୟ ଥିବା ଏଥିରୁ ପ୍ରମାଣିତ ହେଉଛି।

ଏସ୍‌ଟିଏଫ୍‌ର ସୂଚନା ଅନୁସାରେ, ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ମସୁଧା ଚାଲିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମଙ୍ଗଳବାର ମଧ୍ୟାହ୍ନରେ ବନ ବିଭାଗ ସହାୟତାରେ ଚଢ଼ଉ କରିଥିଲା। କଣ୍ଟାମାଳ ଥାନା ଖୁଣ୍ଟିଗୋରା ଗ୍ରାମ ନିକଟ କଣ୍ଟାମାଳ-ବାଲିଗୁଡ଼ା ରାସ୍ତାରେ ମାଫିଆ ସହ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ଏହି ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ତେନ୍ତୁଳିଆମୁଣ୍ଡା ଗ୍ରାମର ବିଶେଶ୍ବର ବଗର୍ତ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ୧୨ କିଲୋ ୪୦୦ ଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଓ ଅଭିଯୁକ୍ତଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏସ୍‌ଟିଏଫ ୨୦୨୦ ମସିହାଠାରୁ ୧୫ଟି ବଜ୍ରକାପ୍ତା ଜବତ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe