ସିନାପାଲି: ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ

ସିନାପାଲି: ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳରୁ ପୁଣି ଏକ ବଜ୍ରକାପ୍ତାକୁ ବନବିଭାଗ ଉଦ୍ଧାର କରିଛି। ଏହାସହିତ ବନବିଭାଗ ବଜ୍ରକାପ୍ତା ଚାଲାଣ କରୁଥିବା ୩ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସିନାପାଲି ଥାନା ଅନ୍ତର୍ଗତ ମହୁଲପଡ଼ା ଗ୍ରାମର ପୂର୍ଣ୍ଣ ମାଝୀ ଓ ମାକରବିରଲି ଗ୍ରାମର ଯମୁନାପ୍ରସାଦ ବାଗ ଏବଂ ମୀନ ବାଗ।

ସୂଚନାନୁସାରେ ରବିବାର ଅପରାହ୍ଣରେ ବଜ୍ରକାପ୍ତା ଚାଲାଣ କରୁଥିବା ବ୍ୟକ୍ତିମାନେ ଜଣେ ବେପାରୀଙ୍କୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ସିନାପାଲି ବନବିଭାଗ ଖବର ପାଇ ଚଢ଼ଉ କରିଥିଲା। ସିନାପାଲି ରେଞ୍ଜର ବିମଳ ଟପ୍ନୋ ଓ ଫରେଷ୍ଟର ଖଗେଶ୍ବର ମାଝୀଙ୍କ ନେତୃତ୍ବରେ ଏକ ଦଳ ଚଢ଼ଉ କରି ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe